କେବିସି-୧୨: ଆଇପିଏସ୍‍ ଅଧିକାରୀ ମୋହିତା ଶର୍ମା ଚଳିତ ସିଜନ୍‍ର ୨ୟ କୋଟିପତି, ଦେଖନ୍ତୁ ପ୍ରୋମୋ

ମୁମ୍ବଇ: ସୋନି ଟିଭିର ଲୋକପ୍ରିୟ ରିୟାଲିଟି ଶୋ’ ‘କୌନ୍‍ ବନେଗା କରୋଡ଼ପତି’ର ୧୨ତମ ସଂସ୍କରଣର ଦ୍ୱିତୀୟ କୋଟିପତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ମହିଳା ଆଇପିଏସ୍‍ ଅଧିକାରୀ ମୋହିତା ଶର୍ମା। ଶୋ’ର ନୂଆ ପ୍ରୋମୋ ଜରିଆରେ ଏହି ସୂଚନା ଦିଆଯାଇଛି।

ରିଲିଜ୍‍ ହୋଇଥିବା ଏହି ପ୍ରୋମୋରେ ପ୍ରତିଯୋଗୀ ମୋହିତା ଶର୍ମା ଖୁବ୍ ଭାବିଚିନ୍ତି ଖେଳୁଥିବା ବେଳେ ସେ ୧କୋଟି ଜିତିଥିବା ନେଇ ଦର୍ଶାଯାଇଛି, ଯାହାପରେ ଶୋ’ର ହୋଷ୍ଟ ଅମିତାଭ ବଚ୍ଚନ ତାଙ୍କ ଆଗରେ ୭ କୋଟି ଟଙ୍କାର ଏକ ପ୍ରଶ୍ନ ରଖିଥିବା ଦେଖିବାକୁ ମିଳୁଛି। ଏହାପରେ ସେ ଖୁବ୍ ଭାବି ଚିନ୍ତି ଏକ ଉତ୍ତରକୁ ଲକ୍ କରିବା ପାଇଁ ବିଗ୍ ବିଙ୍କୁ କହୁଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ନାଜିଆ ନସୀମ ଚଳିତ ସିଜନର ପ୍ରଥମ କୋଟିପତି ହୋଇଥିଲେ।

Comments are closed.