ଶପଥ ପତ୍ର ପଢି ପାରିଲେନି ବିଧାୟକ ; ପଢାଇଲେ ରାଜ୍ୟପାଳ

0

ନୂଆଦିଲ୍ଲୀ : ବିଶ୍ୱର ସର୍ବବୃହତ ଲିଖିତ ସମ୍ବିଧାନ ଭାବରେ ଭାରତ ମାନ୍ୟତା ପାଇଛି। ଏଠି ଗଣତନ୍ତ୍ରରେ ଭିନ୍ନ ଭିନ୍ନ ଲୋକଙ୍କୁ ଦେଖିବାକୁ ମିଳିଥାଏ। ତେବେ ମଙ୍ଗଳବାର ଏପରି ଏକ ନିଆରା ଘଟଣା ଛଡିଶଗଡ ସରକାରଙ୍କ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ ସମାରୋହରେ ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ ଯେ ମଙ୍ଗଳବାର ଛଡିଶଗଡରେ ଭୁପେଶ ବଘେଲଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରାଯାଇଛି। ଏଥିରେ ୯ଜଣ ବିଧାୟକ ଶପଥ ପାଠ କରିଛନ୍ତି। ସମସ୍ତେ ମନ୍ତ୍ରୀ ହିନ୍ଦି ଭାଷାରେ ଶପଥ ନେଇଛନ୍ତି। ଏହି ସମୟରେ କୋଣ୍ଟା ନିର୍ବାଚନ ମଣ୍ଡଳୀର ବିଧାୟକ କବାସୀ ଲାଖମା ନିଜର ଶପଥ ପତ୍ର ପଢି ପାରି ନଥିଲେ। ତେଣୁ ରାଜ୍ୟପାଳ ଆନନ୍ଦିବେନ ପଟେଲ ତାଙ୍କୁ ସମ୍ପୁର୍ଣ୍ଣ ପତ୍ର ପଢି ଶପଥ ଦେଇଥିଲେ।
କବାସୀ ଲଖମା ଛଡିଶଗଡ ବସ୍ତର ଜିଲା କୋଣ୍ଟା ଜିଲାରୁ ନିର୍ବାଚନ ଜିତିଛନ୍ତି। କଂଗ୍ରେସ ଛଡିଶଗଡରେ ବିରୋଧୀ ଦଳ ଭାବେ କାର୍ଯ୍ୟ କରୁଥିବା ବେଳେ ଉପ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିସାରିଛନ୍ତି। ଅନୁସୁଚିତ ଜାତିର ପ୍ରତିନିଧିତ୍ୱ କରୁଥିବା ଲଖମା ଛତିଶଗଡ ରାଜ୍ୟ ଗଠନ ହେବା ପରେ ବାରମ୍ବାର ନିର୍ବାଚନ ଜିତି ଆସିଛନ୍ତି।

Leave A Reply