କାୱାସାକି ଭରସେସ-୧୦୦ ମଡେଲ ବାଇକ ବିକ୍ରି ବନ୍ଦ

0

ନୂଆଦିଲ୍ଲୀ : ଭାରତରେ କାୱାସାକି ଅଟୋମୋବାଇଲ କମ୍ପାନୀ ମଡେଲ ଭରସେସ ୧୦୦ ବାଇକର ବିକ୍ରି ବନ୍ଦ କରି ଦେଇଛି। ବଜାରରେ ଏହାର ଚାହିଦା କମିବାପରେ କମ୍ପାନୀ ଏହାକୁ ବନ୍ଦ କରିବାପାଇଁ ନିଷ୍ପତ୍ତି ନେଇଛି।
ଅଟୋମୋବାଇଲ ବଜାରରେ ଟିରମ୍ପ ଟିଗର ୮୦୦, ହୋଣ୍ଡା ଆଫ୍ରିକା ଟୁଇନ, ବିଏମଡବ୍ଲ୍ୟୁ ଆଡଭେନଞ୍ଚର ଆଦି ବାଇକ ସହ ମୁକାବିଲା କରିବାପରେ ବିକ୍ରୟ କମିବାପରେ କମ୍ପାନୀ ପକ୍ଷରୁ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।
କମ୍ପାନୀ ଏହି ମଡେଲକୁ ବନ୍ଦ କରିବାପରେ ଅନ୍ୟ ମଡେଲ ଭରସେସ-ଏକ୍ସ୩୦୦ ଓ ଭରସେସ୍‍ ୬୫୦ ଏହି ଦୁଇ ମଡେଲର ବିକ୍ରୟ ପ୍ରତି ଦୃଷ୍ଟି ଦେବ।
ଭରସେସ୍‍ ୧୦୦୦ରେ ୧୦୪୩ ସିସି ଇଞ୍ଜିନ, ୧୧୮ବିଏଚପି ଓ ୧୦୨ଏନଏମ ପିକଅପ ସହ ଓଜନ ୨୩୯ କିଗ୍ରା ରହିଛି।

Leave A Reply