ଆସିଲା କାୱାସାକି ନିଞ୍ଜାର ଦୁଇ ନୂତନ ମଡେଲ ବାଇକ୍‍

0

ନୂଆଦିଲ୍ଲୀ : ଲୋକପ୍ରିୟ ବାଇକ୍‍ ନିର୍ମାଣକାରୀ କମ୍ପାନୀ ଇଣ୍ଡିଆ କାୱାସାକି ମୋଟର ନିଜର ଦୁଇଟି ନୂତନ ମଡେଲ ‘ନିଞ୍ଜା ଜେଡଏକ୍ସ-୧୦ଆର’ ଓ ‘ଜେଡଏକ୍ସ-୧୦ଆରଆର’ ବଜାରକୁ ଛାଡ଼ିଛି। ଏହି ବାଇକ୍‍ ଏବେ ମୁମ୍ବଇର ଉପଲବ୍ଧ ରହିଛି। ପରେ ଏହା ଭାରତର ଅନ୍ୟ ସହରକୁ ଆସିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଦିଲ୍ଲୀର ଏକ୍ସ ସୋରୁମ ମୂଲ୍ୟ ଅନୁସାରେ ଏହି ଦୁଇ ବାଇକ୍‍ ଦାମ ଯଥାକ୍ରମେ ୧୨.୮୦ ଲକ୍ଷ ଓ ୨୧.୯ ଲକ୍ଷ ଟଙ୍କା ରହିଛି। ଭାରତୀୟ ବଜାରରେ କାୱାସାକି ବାଇକ୍‍ର ଭଲ ଚାହିଦା ରହିଛି। ଚଳିତ ବର୍ଷ ଭାରତ ବଜାରକୁ କମ୍ପାନୀ ପକ୍ଷରୁ ପଠାଯାଇଥିବା ସମସ୍ତ ପ୍ରକାର ମଡେଲର ବାଇକ୍‍ ବିକ୍ରି ହୋଇସାରିଛି। ନିଞ୍ଜା ସିରିଜର ଏହି ନୂଆ ମଡେଲ ବାଇକ୍‍ର ଇଞ୍ଜିନ୍‍ ୯୯୮ ସିସି ଓ ଚାରି ସିଲିଣ୍ଡର ବିଶିଷ୍ଟ। ୨୦୬ କିଲୋଗ୍ରାମ ବିଶିଷ୍ଟ ଏହି ବାଇକ୍‍ରେ ଲଞ୍ଚ କଣ୍ଟ୍ରୋଲ, କାୱାସାକି ଟ୍ରାକସନ କଣ୍ଟ୍ରୋଲ, କାୱାସାକି ବ୍ରେକିଂ କଣ୍ଟ୍ରୋଲ, କ୍ୱିକ୍‍ ସ୍ପିଡର, ଏବିଏସ୍‍ ଆଦି ସୁବିଧା ରହିଛି।

Comments
Loading...