ମନ ଜିଣୁଛନ୍ତି କ୍ୟାଟ୍ରିନା

ବିବାହ ପରଠାରୁ କ୍ୟାଟ୍ରିନା କେଫ୍୍‌ଙ୍କର ଅନେକ ପରିବର୍ତ୍ତନ ହେଲାଣି। ଏକଥା ଆଉ କେହି ନୁହେଁ, ତାଙ୍କ ସାଙ୍ଗସାଥିମାନେ କୁହାକୁହି ହେଉଛନ୍ତି। ସେ ଏବେ ପଞ୍ଜାବୀ ପରିବାରର ବୋହୂ। ସେମାନଙ୍କ ସାଙ୍ଗରେ ଭଲରେ କଥାହେବାକୁ କ୍ୟାଟ୍‌ ପଞ୍ଜାବୀରେ କଥାବାର୍ତ୍ତା କରିବାର ତାଲିମ ନେଇଛନ୍ତି। ନିଜ ପାରୁପର୍ଯ୍ୟନ୍ତ ସବୁ ପ୍ରକାର ଚେଷ୍ଟା କରୁଛନ୍ତି

ଶ୍ବଶୁର ଘର ଲୋକଙ୍କ ମନ ଜିଣିବାକୁ, ଶାଶୂ, ଶ୍ବଶୁର, ଦିଅର ଏମାନେ ମଧ୍ୟ ଭାରି ଖୁସି। ବିଦେଶୀ ଝିଅଟେ ଏତେ ପ୍ରୟାସ କରୁଛି ବୋଲି ସେମାନେ ସବୁଆଡ଼େ କହିବୁଲୁଛନ୍ତି। ନିକଟରେ କ୍ୟାଟ୍ରିନା, ଭିକିଙ୍କ ପରିବାର ସହ ଲୋହରୀକୁ ପାଳିଛନ୍ତି। ଭିକି ଏବେ ଇନ୍ଦୋରରେ ସୁଟିଂରେ ବ୍ୟସ୍ତ। ବାରମ୍ବାର ସୁଟିଂରୁ ବିରତି ନେଇ ଆସିବା ତାଙ୍କ ପାଖେ ସହଜ ନଥିଲା। ଶେଷ​‌େ​‌ର ସବୁ ବନ୍ଦୋବସ୍ତ କ୍ୟାଟ୍ରିନା କଲେ। ଶାଶୂ-ଶ୍ବଶୁରଙ୍କ ସହ ସେ ଇନ୍ଦୋରରେ ପହଞ୍ଚି ସେମାନଙ୍କ ଏଇ ପର୍ବକୁ ପାଳିଲେ। କ୍ୟାଟ୍ରିନାଙ୍କ ଏଇ ସବୁ କାମ ଦେଖି ପୂରା କୌଶଲ୍ ପରିବାର ​‌େ​‌ବାହୂର ପ୍ରଶଂସାରେ ଶତମୁଖ।

Comments are closed.