ବିବାହ ଉତ୍ସବ ବେଳେ କାଟ୍ରିନାଙ୍କୁ ରଣବୀର କପୁର ଦେଲେ ଦେଢ କୋଟିର ଏପରି ଉପହାର

ପୂରା ସିନେଜଗତ, ସମୀକ୍ଷକ, ପ୍ରଶଂସକ ସମସ୍ତେ ରଣବୀର କପୁର ଓ କ୍ୟାଟ୍ରିନା କେଫ୍‌ଙ୍କ ସମ୍ପର୍କ ବିଷୟରେ ଜାଣିଥିଲେ। କୌଣସି କାରଣରୁ ଏହି ସମ୍ପର୍କ ତିଷ୍ଠିପାରିଲାନି। ରଣବୀର ଆଗକୁ ବଢ଼ି ଆଲିୟା ଭଟ୍ଟଙ୍କ ସାଥି ହେଲେ, ଆଉ କ୍ୟାଟ୍ରିନା-ଭିକି ପରସ୍ପରର ନିବିଡ଼ ବନ୍ଧୁ ହୋଇଗଲେ। ଏହି ବନ୍ଧୁତା ସମ୍ପର୍କରୁ ଆଉ ପାଦେ ଆଗକୁ ବଢ଼ି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଭିକ୍ୟାଟ୍‌ଙ୍କ ବିବାହରେ ସମସ୍ତ ସିନେବନ୍ଧୁଙ୍କୁ ନିମନ୍ତ୍ରଣ କରାଯାଇଥିଲା। ନବବିବାହିତ ଯୋଡ଼ିଙ୍କୁ ସିନେତାରକାମାନେ ଦାମୀ ଉପହାର ମଧ୍ୟ ଭେଟିଦେଇଛନ୍ତି। ଚାଲନ୍ତୁ ଜାଣିବା, ଉପହାରରେ କିଏ କ’ଣ ଦେଇଛନ୍ତି?

ରଣବୀର କପୁର ସୁନ୍ଦରୀ କ୍ୟାଟ୍ରିନାଙ୍କୁ ଦେଢ଼ କୋଟି ମୂଲ୍ୟର ହୀରା ହାର ଉପହାର ଦେଇଛନ୍ତି।

ଆଲିୟା ଭଟ୍ଟ, ଭିକ୍ୟାଟ୍ ଦମ୍ପତିଙ୍କୁ ଏକ ବାସ୍କେଟ୍ ଭର୍ତ୍ତି ଅତର ଦେଇଛନ୍ତି, ଯାହାର ଆନୁମାନିକ ମୂଲ୍ୟ ୬ଲକ୍ଷ ଟଙ୍କାରୁ ଅଧିକ ହେବ।

କିଙ୍ଗ୍ ଖାନ୍ ଶାହରୁଖ୍‌ ବିବାହ ପୂର୍ବଦିନ କ୍ୟାଟ୍‌ଙ୍କ ଘରକୁ ଯାଇ ଅଢ଼େଇ ଲକ୍ଷ ଟଙ୍କା ମୂଲ୍ୟର ଏକ ସୁନ୍ଦର ଚିତ୍ର ଭେଟିଦେଇଛନ୍ତି।

କ୍ୟାଟ୍‌ଙ୍କ ଘନିଷ୍ଠ ବନ୍ଧୁ ଟାଇଗର୍ ସଲମାନ୍ ଖାନ୍‌ ଦମ୍ପତିଙ୍କୁ ୩କୋଟି ମୂଲ୍ୟର ଦାମୀ କାରଟେ ଉପହାର କରିଥିବାର ଜଣାପଡ଼ିଛି।

ଅଭିନେତ୍ରୀ ଅନୁଷ୍କା ଶର୍ମା ସାଢ଼େ ୬କୋଟି ଦାମ୍‌ର ହୀରା କାନଫୁଲ କ୍ୟାଟ୍ରିନାଙ୍କୁ ଉପହାର ଦେଇଛନ୍ତି।

ହ୍ରିତିକ୍ ରୋଶନ୍‌‌ ୩ ଲକ୍ଷ ଟଙ୍କା ମୂଲ୍ୟର ଏକ ମଟରସାଇକଲ୍ ଭିକିଙ୍କୁ ଦେଇଥିବାବେଳେ ତାପସୀ ପନ୍ନୁ ୧.୫ଲକ୍ଷ ଟଙ୍କାର ବ୍ରେସଲେଟ୍ ଭେଟି ଦେଇଛନ୍ତି।

ବିବାହରେ ଭିକି ତାଙ୍କ ପ୍ରାଣପ୍ରିୟା କ୍ୟାଟ୍ରିନାଙ୍କୁ ୧.୩କୋଟିର ହୀରା ମୁଦି ଦେଇଛନ୍ତି, କ୍ୟାଟ୍ରିନା ୧୫କୋଟିର ଏକ ଘର ଭିକିଙ୍କୁ ଉପହାର ଦେଇଥିବାର ପ୍ରକାଶ।

Comments are closed.