ଗୋଟିଏ ପଞ୍ଚାୟତରେ ୨୧ ସଂକ୍ରମିତ; ସମସ୍ତଙ୍କର ରହିଛି ‘ବଙ୍ଗ’ ସଂଯୋଗ

ଭୁବନେଶ୍ଵର (ବ୍ୟୁରୋ): ଯାଜପୁର ଜିଲାର ଦଶରଥପୁର ବ୍ଲକ୍ ଅନ୍ତର୍ଗତ କଟିକଟା ପଞ୍ଚାୟତ । ଏହି ପଞ୍ଚାୟତରେ ସଂକ୍ରମିତ ହୋଇଛନ୍ତି ୨୧ ଜଣ । ଏମାନଙ୍କ ମଧ୍ୟରେ ଅଛନ୍ତି ବୃଦ୍ଧଠାରୁ ଶିଶୁ ପର୍ଯ୍ୟନ୍ତ । କିଛି ମହିଳା ମଧ୍ୟ ଏହି ପଞ୍ଚାୟତ​‌ରେ ସଂକ୍ରମିତ ହୋଇଛନ୍ତି । ଜିଲାର ମୋଟ ୩୮ ଜଣ ସଂକ୍ରମିତ ଠାବ ହୋଇଥିବାବେଳେ କେବଳ ଏହି ପଞ୍ଚାୟତରୁ ବାହାରିଛନ୍ତି ୨୧ ଜଣ । ଏହାର ଅନୁଧ୍ୟାନ କରୁଛି ପ୍ରଶାସନ । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହେୁଛି ଏହି ସବୁ ଲୋକମାନଙ୍କର ରହିଛି ‘ବଙ୍ଗ’ ଲିଙ୍କ । ପଶ୍ଚିମବଙ୍ଗ ସଂଯୋଗରୁ ଏହି ପଞ୍ଚାୟତ ବିପଦରେ । ରାପିଡ଼୍ ରେସପନ୍ସ ଟିମ୍ ଏହି ପଞ୍ଚାୟତରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି ।

Comments are closed.