୨୮କୁ ଘୁଞ୍ଚିଲା କାଠୁଆ ଗଣବଳାତ୍କାର ମାମଲା

0

ନୂଆଦିଲ୍ଲୀ: ଜନୈକା ନାବାଳିକାକୁ ଗଣବଳାତ୍କାର ଓ ହତ୍ୟା ମାମଲାର ଶୁଣାଣିକୁ ଆଜି ଜମ୍ମୁ କାଠୁଆ ସିଜେଏମ ଏପ୍ରିଲ ୨୮କୁ ଘୁଞ୍ଚାଇ ଦେଇଛନ୍ତି। ଆଜି ଶୁଣାଣି ପାଇଁ ମାମଲାରେ ସମ୍ପୃକ୍ତ ୮ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇ ଥିଲା। ଅପରପକ୍ଷରେ ଏହି ମାମଲାର ଶୁଣାଣି ସିଧାସଳଖ ସୁପ୍ରିମ କୋର୍ଟରେ କରିବାକୁ ପିଡ଼ୀତାଙ୍କ ପରିବାରବର୍ଗ ଗୁହାରି କରିଛନ୍ତି। ଅପରପକ୍ଷରେ ଆଜିର ଶୁଣାଣି ସମୟରେ ଗିରଫ ହୋଇଥିବା ଅଭିଯୁକ୍ତ ନାରକୋଟିକ ଟେଷ୍ଟ ପାଇଁ ରାଜି ଅଛନ୍ତି ବୋଲି କୋର୍ଟରେ ସତ୍ୟପାଠ କରିଥିଲେ। ଏହା ବ୍ୟତୀତ ସମସ୍ତ ଅଭିଯୁକ୍ତଙ୍କୁ ତଦନ୍ତ ରିପୋର୍ଟ ହସ୍ତାନ୍ତର କରିବାକୁ ମଧ୍ୟ କୋର୍ଟ ନିର୍ଦେଶ ପ୍ରଦାନ କରିଥିଲେ। ଫଳରେ ଏହି ଘଟଣାକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି।

Leave A Reply