ନୂଆ ପ୍ରେରଣାଙ୍କ ନୂଆ ଲୁକ୍, ସୁଟିଂ ସେଟରୁ ଫଟୋ ଭାଇରାଲ

0

ଚଳିତ ଶତାବ୍ଦିର ପ୍ରଥମ ଦଶନ୍ଧିର ଲୋକପ୍ରିୟ ଧାରାବାହିକ ‘କସୌଟି ଜିନ୍ଦେଗି କି’ ଦ୍ବିତୀୟ ଭାଗ ସୁଟିଂ ଆରମ୍ଭ ହୋଇଛି । ଏଥିରେ ପ୍ରେରଣା ଭୂମିକାରେ ଏରିକା ଫର୍ଣ୍ଣଦେଶ ନଜର ଆସିବେ । ଏହି ନୂଆ ଭାଗରେ ଚରିତ୍ର ସମାନ ରହିଥିବା ବେଳେ ନୂଆ କଳାକାରଙ୍କ ଦର୍ଶକ ଦେଖିବାକୁ ପାଇବେ ।  

ଏଠାରେ ଆପଣଙ୍କୁ କହି ରଖୁଛି କି, ଏହି ଧାରାବାହିକର ସୁଟିଂ ସମୟର କିଛି ଫଟୋ ଭାଇରାଲ ହୋଇଥିଲା । ସେଥିରୁ ଜଣା ପଡି ଯାଇଥିଲା  ଯେ, ଏରିକାଙ୍କ ବିପକ୍ଷରେ ପାର୍ଥ ସମଥନ ନଜର ଆସିବେ । ସୋସିଆଲ ମିଡିଆରେ ଏରିକାଙ୍କ ଭାଇରାଲ କିଛି ଫଟୋରେ ନିଆରା ଲୁକ୍ ରେ ନଜର ଆସିଥିଲେ ।

ଟିଭି କୁଇନ୍ ଏକତା କାପୁରଙ୍କ ପୁରୁଣା ସୁପରହିଟ୍ ଶୋ ‘କସୌଟି ଜିନ୍ଦେଗି କି’ ରେ ଶ୍ବେତା ତିୱାରୀ ପ୍ରେରଣା ଭୂମିକାରେ ଅଭିନୟ କରି ଦର୍ଶକଙ୍କ ଭଲପାଇବା ସାଉଁଟି ଥିଲେ । ଏରିକାଙ୍କ ଭାଇରାଲ ଫଟୋରେ ଶ୍ବେତା କହିଛନ୍ତି, ବହୁତ ଖୁସୀ ଅନୁଭବ ହେଉଛି। ଏରିକା ଜଣେ ଭଲ ଝିଅ ଏବଂ ଭଲ କଥା ମଧ୍ୟ କୁହନ୍ତି । ଏଥର ‘କସୌଟି ଜିନ୍ଦେଗି କି’ ମୁଁ ନିଶ୍ଚୟ ଦେଖିବି ।

Leave A Reply