ଆଇଏସ କବ୍‌ଜାରେ ଥିବା ପୁଅକୁ ଫେରାଇ ଆଣିବାକୁ କାଶ୍ମୀର ପରିବାରର ନିବେଦନ

ଶ୍ରୀନଗର : ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ (ଆଇଏସ୍‌)ରେ ଯୋଗ ଦେଇଥିବା ପୁଅକୁ ଫେରାଇ ଆଣିବା ଲାଗି କାଶ୍ମୀରର ଏକ ପରିବାର ପୁଲିସକୁ ନିବେଦନ କରିଛନ୍ତି। ପରିବାରର ଏହି ନିବେଦନକୁ ଜାମ୍ମୁ-କାଶ୍ମୀର ପୁଲିସ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇ ଦେଇଛନ୍ତି। ପୁଲିସ କହିବା ଅନୁଯାୟୀ ଆଦିଲ ଅହମ୍ମଦ ନାମକ ଯୁବକ ଅଷ୍ଟ୍ରେଲିଆର କୁଇନ୍ସଲାଣ୍ଡରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି। ୨୦୧୩ରେ ଆଦିଲ ସିରିୟା ପଳାଇଯାଇଥିଲା। ​‌େ​‌ସଠାରେ ସେ ଏକ ଏନଜିଓରେ କାମ କରୁଥିବା ନେଇ ପିତା ଫାୟାଜ ଅହମ୍ମଦଙ୍କୁ କହିଥିଲା। ଫାୟାଜ ଜଣେ ଠିକାଦାର ଓ ଏକ ଡିପାର୍ଟମେଣ୍ଟାଲ ଷ୍ଟୋର ଚଳାଇ ଆସୁଛନ୍ତି। ତେବେ ପରବର୍ତ୍ତୀ ସମୟରେ ଆଦିଲ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟରେ ଯୋଗ ଦେଇଥିଲା। ସେଠାରେ ସେ ଜଣେ ଡଚ ମହିଳାଙ୍କୁ ବିବାହ କରିଥିଲା। ୨୦୧୪ରେ ସେମାନଙ୍କର ଏକ ପୁଅ ହୋଇଥିଲା। ପୁଅଟି ସିରିୟା ଯୁଦ୍ଧ ସମୟରେ ପ୍ରାଣ ହରାଇଥିଲା। ଆଦିଲ କାଶ୍ମୀରର ପ୍ରଥମ ଯୁବକ ଯିଏକି ଆଇଏସ୍‌ରେ ଯୋଗ ଦେଇଥିଲା। ପରବର୍ତ୍ତି ସମୟରେ ଆଦିଲ ସମେତ ଅାଇଏସର ଶହଶହ କ୍ୟାଡର ଆମେରିକା ନେତୃତ୍ବ ମିଳିତ ସେନା ନିକଟରେ ଆତ୍ମସମର୍ପଣ କରିଥିଲେ। ଆଦିଲ ଏବେ ଆମେରିକା ସେନା କବଜାରେ ଥିବାରୁ ତାକୁ ଫେରାଇ ଆଣିବାକୁ ପରିବାର ଲୋକ ନିବେଦନ କରିଛନ୍ତି।

Comments are closed.