ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କାଶ୍ମୀର, ୨ମାସ ପରେ ଉଠିଲା କଟକଣା

ନୂଆଦିଲ୍ଲୀ: ପ୍ରାୟ ୨ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି କାଶ୍ମୀର ଉପତ୍ୟକା। ଗୁରୁବାରଠାରୁ ପର୍ଯ୍ୟଟକମାନେ କାଶ୍ମୀର ବୁଲିବାକୁ ଯାଇପାରିବେ। ଗତ ଅଗଷ୍ଟ ୨ ତାରିଖରେ ସରକାରଙ୍କ ପକ୍ଷରୁ ପର୍ଯ୍ୟଟକଙ୍କ କାଶ୍ମୀର ଗସ୍ତ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ରାଜ୍ୟପାଳ ସତ୍ୟପାଲ ମଲିକ ଏହି କଟକଣା ଉଠାଇ ଦେଇଛନ୍ତି।

ସୂଚନାଯୋଗ୍ୟ, ଧାରା ୩୭୦ ଉଚ୍ଛେଦ ହେବାର କିଛିଦିନ ପୂର୍ବରୁ ଆତଙ୍କବାଦୀଙ୍କ ଆକ୍ରମଣ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ସରକାର ଅମରନାଥ ଯାତ୍ରା ରଦ୍ଦ କରିବା ସହିତ ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କୁ କାଶ୍ମୀର ଛାଡ଼ି ଚାଲିଯିବାକୁ ପରାମର୍ଶ ଦେଇଥିଲେ। ଗତ ସେମାବାର ରାଜ୍ୟପାଳ କାଶ୍ମୀରର ସ୍ଥିତି ଏବଂ ସୁରକ୍ଷାର ସମୀକ୍ଷା କରିଥିଲେ। ଏ ନେଇ ମୁଖ୍ୟ ଶାସନ ସଚିବ ଏବଂ ସୁରକ୍ଷା ପରାମର୍ଶଦାତାଙ୍କ ସହିତ ଏକ ବୈଠକ ବସିଥିଲା। ବୈଠକରେ ଗୁରୁବାରଠାରୁ କାଶ୍ମୀର ଉପତ୍ୟକାରୁ ପର୍ଯ୍ୟଟକଙ୍କ ଉପରେ ଲାଗିଥିବା କଟକଣା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ହୋଇଥିଲା।

Comments are closed.