କାଶ୍ମୀରରେ ଧର୍ମାନ୍ତରୀକରଣ ଅଭିଯୋଗ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର​ରେ ଶିଖ ସମ୍ପ୍ରଦାୟର ମହିଳାଙ୍କୁ ବଳପୂର୍ବକ ଧର୍ମାନ୍ତରୀକରଣ କରାଯାଉଥିବା ଅଭିଯୋଗ ହେଉଛି। ଏ ନେଇ ସୋମବାର ଶ୍ରୀନଗରରେ ଶିଖ ସମ୍ପ୍ରଦାୟ ପକ୍ଷରୁ ଜୋର୍‌ଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବାବେଳେ ମଙ୍ଗଳବାର ସମ୍ପ୍ରଦାୟର ଏକ ପ୍ରତିନିଧି ଦଳ ଦିଲ୍ଲୀ ଅାସି ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଜି. କିଷାନ ରେଡ୍ଡିଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ନିକଟରେ ଦୁଇ ମହିଳାଙ୍କୁ ଧର୍ମାନ୍ତରିତ କରାଯାଇଥିବା ସେମାନେ ଅଭିଯୋଗ କରିବା ସହ ଏପରି କାର୍ଯ୍ୟ ବୃଦ୍ଧି ପାଉଥିବାରୁ ଏହା ବିରୋଧ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି। ସୋମବାର ସେମାନେ ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ମଧ୍ୟ ଏଭଳି ସ୍ମାରକପତ୍ର ପ୍ରଦାନ କରିଥିଲେ।

ଦିଲ୍ଲୀର ଶିଖ ଗୁରୁଦ୍ବାରା ପରିଚାଳନା କମିଟି ଓ ଶିରୋମଣି ଅକାଳି ଦଳ ପକ୍ଷରୁ ଏହି ବିକ୍ଷୋଭକାରୀଙ୍କୁ ସମର୍ଥନ କରାଯାଇଛି। ଅପରପକ୍ଷରେ ଉତ୍ତର ପ୍ରଦେଶରେ ବ୍ୟାପକ ଧର୍ମାନ୍ତରୀକରଣ ସମ୍ପର୍କରେ ସଂସଦର ଆଗାମୀ ଅଧିବେଶନରେ ସ୍ବର ଉତ୍ତୋଳନ କରିବେ ବୋଲି କହିଛନ୍ତିି ବିଜେପି ସାଂସଦ ରବି କିଷାନ।

Comments are closed.