ଅନଲାଇନ ପାଠପଢାର ବିକଳ ଚିତ୍ର : ଘର ଖାଲି, ତୋଟାରେ ଗହଳି

କାଶୀପୁର : ଘର ଖାଲି ପଡିଛି । ପାଠୁଆ ପିଲା ତୋଟାରେ ଗହଳି ଜମାଉଛନ୍ତି,ତେବେ ଏହି ଗହଳି ଖେଳକୁଦ ପାଇଁ ନୁହେଁ ଅନଲାଇନ ପାଠପଢା ପାଇଁ । ଗାଁରେ କୁଆଡେ ନେଟଓ୍ବାର୍କ ଆସୁନାହିଁ । ଏଣୁ ପିଲା ତୋଟାକୁ ଯାଇ ଗଛ ଉପରେ ଚଢି ନେଟଓ୍ବାର୍କ ଆସିଲେ ପଢୁଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ଗଛ ଉପରେ ଖାତା କଲମ ଧରି ପାରୁନଥିବା ପିଲା ତଳକୁ ଓହ୍ଲାଇ ଆସୁଥିବା  ବେଳେ କିଛି ପିଲା କେବଳ ମୋବାଇଲ ଧରି ଶୁଣୁଛନ୍ତି । କାଶୀପୁର ବ୍ଲକରେ ଅନେକ ଦୁର୍ଗମ ଅଞ୍ଚଳବାସୀ ଶିକ୍ଷା ,ସ୍ବାସ୍ଥ୍ୟ,ଗମନାଗମନ,ପାନିୟଜଳ ଭଳିମୌଳିକ ସମସ୍ୟା ସହ ସଂଗ୍ରାମ କରିଆସୁଛନ୍ତି । ମୋବାଲଇ ଟାଓ୍ବାର ନାହିଁ।ଏଭଳି ସମୟରେ ଅନଲାଇନ ପାଠପଢା ଦୁର୍ଗମ ଅଞ୍ଚଳ ପିଲାଙ୍କ ପାଇଁ ଅଭିଶାପ ସଦୃଶ୍ୟ ହୋଇଛି । ଯେଉଁ ଅଞ୍ଚଳରେ ମୋବାଇଲ ନେଟୱାର୍କ ଆସୁଛି, ସେଠାକାର ଅଧିକାଂଶ ଛାତ୍ରଛାତ୍ରୀ ଗରିବ ଶ୍ରେଣୀର ହୋଇଥିବାରୁ ଅଭିଭାବକମାନେ କିଭଳି ସ୍ମାର୍ଟ ମୋବାଇଲ ଫୋନ ଯୋଗାଇ ଦେବେ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛ । ନେଟୱର୍କ ପାଇବା ପାଇଁ ଲୋକଙ୍କୁ ଗାଁ ଛାଡ଼ି ଗ୍ରାମ ଠାରୁ ପ୍ରାୟ ୨କିମି ଦୂର ଏକ ପାହାଡ ଉପରେ ଥିବା ଗଛରେ ଚଢିବାକୁ ପଡୁଛି।

କେବଳ କାଶୀପୁର,ଟିକିରି,ଗୋରଖପୁର,ସଙ୍କରଡା ସଦର ମହକୁମାରେ ବସବାସ କରୁଥିବା ଛାତ୍ରଛାତ୍ରୀ ହିଁ ଅନଲାଇନ ପାଠପଢ଼ା ସୁବିଧା ପାଇପାରୁଛନ୍ତି। ଗ୍ରାମାଞ୍ଚଳର ଅଧିକାଂଶ ପରିବାର ପାଖେ ସ୍ମାର୍ଟ ଫୋନ ଅଭାବ ସହ ଇଣ୍ଟରନେଟ୍‍ ସମସ୍ୟା ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କୁ ଅନଲାଇନ ପାଠପଢା ସୁବିଧାରୁ ବଞ୍ଚିତ ରଖିଛି।କାଶୀପୁର ବ୍ଲକ ବାଙ୍କାମ୍ବ ପଞ୍ଚାୟତ ଅନ୍ତର୍ଗତ ଉପର କୋଡିଙ୍ଗା ଗ୍ରାମରେ ମୋବାଇଲ ନେଟୱର୍କ ନ ଥିବା ଏହାର ଉଦାହରଣ ସାଜିଛି। ଗ୍ରାମରେ ଦଶମ ଏବଂ ଯୁକ୍ତ ଦୁଇ ଶ୍ରେଣୀର ମୋଟ ପ୍ରାୟ ୮୦ରୁ ଉର୍ଦ୍ଧ୍ବ ଜଣ ଛାତ୍ରଛାତ୍ରୀ ରହିଥିବାବେଳେ ସେମାନଙ୍କ ପାଇଁ ଅନ୍‌ଲାଇନ୍‌ ମାଧ୍ୟମରେ ପାଠପଢା ଏହି ସମସ୍ତଙ୍କ ପାଇଁ ଅପହଞ୍ଚ ହୋଇ ପଡ଼ିଛି।କାଶୀପୁର ବ୍ଲକ ବାଙ୍କାମ୍ବ ପଞ୍ଚାୟତ ଅନ୍ତର୍ଗତ ଉପର କୋଡିଙ୍ଗା ଗ୍ରାମର ଛାତ୍ରଛାତ୍ରୀ ମାନେ ଗଛ ଉପରେ ବସି ଅନ୍‍ଲାଇନରେ ପାଠ ପଢୁ ଥିବାର ଦେଖିବାକୁ ମିଳିଛି ।

ତେବେ ଏହି ବ୍ଳକ୍‍ର ଦୁର୍ଗମ ଅପହଞ୍ଚ ଇଲାକାରେ ରହୁଥିଗବା ଛାତ୍ରଛାତ୍ରୀ ମାନେ କିପରି ଅସୁବିଧାର ସମ୍ମୁଖିନ ହେଉଥିବେ ତାହା ସହଜେ ଅନୁମେୟ ।ଅନ୍‍ ଲାଇନ୍‍ ପାଠ ପଢା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ସମୟରେ ସରକାର ଏହା ସମସ୍ତ ବର୍ଗର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପଲବ୍ଧ ହୋଇ ପାରିବା କି ନାହିଁ ସେଥି ପ୍ରତି ଦୃଷ୍ଟି ନ ଦେଇ ଏହି ବ୍ୟବସ୍ଥା ଲାଗୁ କରିବା ଦ୍ୱାରା ଅନ୍‍ଲାଇନ୍‍ ସହର ଏବଂ ସହର ତଳି ଅଞ୍ଚଳ ତଥା ଭଲ ଇଣ୍ଟରନେଟ୍‍ ଟାଓାର୍‍ ସିଗ୍‍ନାଲ୍‍ ଆସୁଥିବ ଅଞ୍ଚଳର ଛାତ୍ରଛାତ୍ରୀ ଉପକୃତ ହେଉଥିବା ବେଳେ ଟାଓାର ନଥିବା ଏବଂ ଇଣ୍ଟନେଟ୍‍ ସିଗନାଲ୍‍ ଆସୁ ନଥିବା ଅଞ୍ଚଳର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅନ୍‍ଲାଇନ୍‍ ପାଠ ପଢା ସାତ ସପନ ହୋଇଛି।ଏନେଇ ରାୟଗଡା ଜିଲା ଶୀକ୍ଷା ଅଧୀକାରି ପୂର୍ଣ୍ଣଚନ୍ଦ୍ର ବରିହାଙ୍କୁ ଯୋଗାଯୋଗ କରିବାରୁ କାଶୀପୁର ବ୍ଲକରେ ନେଟଓ୍ବାର୍କ ସମସ୍ୟା ରହିଥିବାରୁ ଛାତ୍ରଛାତ୍ରୀ ମାନେ ଅନଲାଇନ ପାଠପଢା ସଫଳ ହେଉନଥିବା ପ୍ରକାସ କରିଛନ୍ତୀ।

Comments are closed.