ବଦଳୁନି କାଶୀପୁରର ଜନନୀ ଯନ୍ତ୍ରଣା ଦୁଃଖ : ପୁଣି ଭାରରେ ୨ କିମି ବୁହାହେଲେ ଗର୍ଭବତୀ

କାଶୀପୁର : ରାୟଗଡା ଜିଲାର କାଶୀପୁର ବ୍ଲକରେ ଗତ ପ୍ରାୟ ୩୦ବର୍ଷ ହେବ ଅନାହାର ଓ ଅଖାଦ୍ୟ ଜନିତ ମୃତ୍ୟୁକୁ ନେଇ ବିଭିନ୍ନ ସମୟରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବ୍ଲକ କୁଖ୍ୟାତି ଅର୍ଜନ କରିଛି। ତଥାପି ବଦଳୁ ନାହିଁ ଏହି ବ୍ଲକର ଭାଗ୍ୟ। କିନ୍ତୁ ଏବେ ଗତ କିଛି ମାସ ଧରି ଗ୍ରାମକୁ ନିତିଦିନିଆ ରାସ୍ତା ନଥିବାରୁ ଗର୍ଭବତୀଙ୍କ ପାଇଁ ସାହା ଭରସା ପାଲଟିଛି ଖଟିଆ,ଭାର ଏବଂ ଷ୍ଟ୍ରେଚର। ଫଳରେ କେତେକ ଗର୍ଭବତୀ ରାସ୍ତାକଡରେ ଏବଂ ବୁଦା ମୂଳେ ପ୍ରସବ କରୁଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜନନୀ ଯନ୍ତ୍ରଣା କାଶୀପୁର ବ୍ଲକରେ ଗତ କିଛି ମାସ ମଧ୍ୟରେ ୧୫ରୁୁ ଉର୍ଦ୍ଦ ଘଟଣା ଘଟିଥିବା ବେଳେ ଏବେ କାଶୀପୁର ବ୍ଲକରେ ଜନନୀ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନବାଚି।

ଏଭଳି ଘଟଣା ପୁଣିଥରେ ଆଜି ଦେଖିବାକୁ ମିଳିଛି କାଶୀପୁର ବ୍ଲକ ସଙ୍କରଡା ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିପଦର ଗ୍ରାମରେ।ମିଳିଥିବା ସୂଚନା ଅନୁଯାଇ ଉକ୍ତ ଗ୍ରାମର ଗୋବର ମାଜୀଙ୍କ ସ୍ତ୍ରୀ ସୁନାଦେଇ ମାଝୀ (୨୦) ପ୍ରସବ ବେଦନାରେ ଛଟପଟ ହେଉଥିଲେ। ଏନେଇ ତାଙ୍କ ସ୍ବାମୀ ତୁରନ୍ତ ୧୦୨ ଆମ୍ବୁଲାନ୍ସ କୁ ଫୋନ କରିଥିଲେ। ଏହାପରେ ୧୦୨ ଆମ୍ବୁଲାନ୍ସ ଗ୍ରାମକୁ ଯିବାକୁ ପକ୍କା ରାସ୍ତା ନଥିବାରୁ କାଦୁଅ ପଚ୍ ପଚ୍ ରାସ୍ତାରେ ଉକ୍ତ ଗ୍ରାମକୁ ପହଞ୍ଚିନପାରି ବଡପୁକେଲ ଛକ ନିକଟରେ ଅଟକି ରହିଥିଲା।ଫଳରେ ଏକ ଭାର ଯୋଗେ ୧୦୨ ଆମ୍ବୁଲାନ୍ସ ଚାଳକ ପରୀକ୍ଷିତ ନାଏକ ଏବଂ ପରିବାର ଲୋକଙ୍କ ସହାୟତାରେ ଭାର ଯୋଗେ ପ୍ରାୟ ୨ କିମି କାଦୁଉ ପଚ ପଚ ରାସ୍ତାରେ ପାର କରି ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା। ଏହାପରେ ତାଙ୍କୁ ତୁରନ୍ତ ଟିକିରି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ଶିଶୁ କନ୍ୟା ଯନ୍ମ ଦେଇଥିଲେ। ବର୍ତ୍ତମାନ ଉଭୟ ମା ଏବଂ ଶିଶୁ କନ୍ୟାର ସ୍ବାସ୍ଥ୍ୟ ଅବସ୍ଥା ସୁସ୍ଥ ଥିବା ସୂଚନା ମିଳିଛି।

Comments are closed.