କାଶୀପୁର ମା’ ମାଣିକେଶ୍ବରୀଙ୍କ ପାରମ୍ପରିକ ଲାଖବିନ୍ଧା ପର୍ବ ସମ୍ପନ୍ନ

କାଶୀପୁର : ଚାରିଆଡ଼େ ମହକୁଳ ଧୂପ, ଦୀପ, ଜଡାର ସୁଗନ୍ଧ। ବହୁ ଦୂରରୁ ଶୁଣିବାକୁ ମିଳୁଛି ଢୋଲ ନିଶାନର ଶବ୍ଦ। ଆଶ୍ବିନ ମାସର ଦୂରରୁ ଶୁଣାଯାଉଥିବା ନିଶାନ ଶବ୍ଦରେ ସମସ୍ତେ ଜାଣିପାରନ୍ତି ପାର୍ବଣ ଋତୁ ଆସିଛି। ଆଉ ଏଠାରେ କୈଣସି ରୂପରେ ଏକ ଶକ୍ତି ପୂଜା ପାଉନ୍ତି। ରାଜାରାଜୁଡା ଅମଳରୁ କାଶୀପୁରରେ ଏମିତି ଏକ ପରମ୍ପରାରୁ ଚାଲିଆସୁଛି ଲାଖବିନ୍ଧା ପର୍ବ ମା’ ମାଣିକେଶ୍ବରୀଙ୍କ ମନ୍ଦିରରେ। ମୂଳାଷ୍ଟମିରୁ ମହାଷ୍ଟମି ୧୬ଦିନ ଧରି ଷୋଡଷ ଉପଚାର ଓ ତନ୍ତ୍ର ପୂଜା କରିବା ପରେ ଅଷ୍ଟମିଦିନ ଶ୍ରଦ୍ଧାଳୁଙ୍କ ମାନସିକ ବଳି ଦେବୀଙ୍କ ନିକଟରେ ଅର୍ପଣ କରିଥାନ୍ତି। ଏହାପରେ ନବମିଗତେ ଦଶମି ତିଥିରେ ମନ୍ଦିର ଓ ରାଜ ପରମ୍ପରା ଅନୁଯାଇ ବୁଢାରାଜା ପୀଠରେ ଅନୁଷ୍ଠିତ ହୁଏ ଲାଖବିନ୍ଧା ପର୍ବ। ଅପରାଜିତା ପୂଜା ବିଧି ସମ୍ପନ୍ନ କରି ଦେବ ପରିବାରର ବଂଶଜ ରାଜା ଦ୍ବିବେନ୍ଦୁ କୁମାର ଦେବଙ୍କ ଅନୁମତି କ୍ରମେ ନକଟିଗୁଡି ମନ୍ଦୀର ନିକଟରେ ଥିବା ଆମ୍ବଗଛର ଶୀର୍ଶରେ ଦୁଇଟି କାକୁଡି ବାନ୍ଧିଥାନ୍ତି। ମନ୍ଦିରର ପୂଜାବିଧି ସମ୍ପର୍ଣ୍ଣ ହେବାପରେ ସାତଭଉଣୀ ମନ୍ଦିରର ପୂଜକ ପୂଜା ପାଉଥିବା ଖଣ୍ଡାସହ ଏକ ପଟୁଆରରେ ଜଗନ୍ନାଥ ମନ୍ଦିର ନିକଟକୁ ଆସିଥାନ୍ତି। ମା’ ମାଣିକେଶ୍ବରୀ ମନ୍ଦିରର ପୂଜକ ପୂଜା ପାଉଥିବା ଖଣ୍ଡାସହ ରାଜା ଦ୍ବିବେନ୍ଦୁ କୁମାର ଦେବ ଏବଂ ବୁଢାରଜା ବନ୍ଧୁକକୁ ନିଳାମ୍ବର ସିଂ ଧରି ବାହାରି ଥାନ୍ତି। ଉଭୟ ଜଗନ୍ନାଥ ମନ୍ଦିର ନିକଟରେ ଏକତ୍ରିତ ହେବା ପରେ ବିରାଟ ପଟୁଆର ସହିତ ଲାଖବିନ୍ଧା ପଡିିଆ ନିକଟକୁ ଯାଇଥାନ୍ତ। ସେଠାରେ ପୂର୍ବ ପ୍ରସ୍ତୁତି ଅନୁଯାଇ ବନ୍ଧା ଯାଇଥିବା କାକୁଡିକୁ ପ୍ରଥମେ ବୁଢାରଜାଙ୍କ ବନ୍ଧୁକରୁ ନିଳାମ୍ବର ସିଂ ଗୁଳି ଫୁଠାଇଥାନ୍ତି। ପରେ ସାଧାରଣ ଲୋକଙ୍କୁ ରାଜା ଏହି ଅନୁମତି ଦେଇଥାନ୍ତି। କିନ୍ତୁ ଚଳିତ ର୍ବଷ କରୋନା କଟକଣା ଯୋଗୁଁ କେବଳ ନାତିନିୟମ ଅନୁଯାଇ ବୁଢାରଜା ବନ୍ଧୁକରେ ଗୁଳି ଫୁଟାଯାଇଥିଲା। ଏହା ପରେ ରାଜା ମନ୍ଦିର ପରିସରରେ ନିଜର ସିଂହାସନ ଆରୋହଣକରି ନିଜର ଦରବାର ଚଲାଇଥାନ୍ତି।

Comments are closed.