ରାସ୍ତା ନ ଥିବାରୁ ଆସିପାରିଲାନି ଆମ୍ବୁଲାନସ ; ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା

କାଶୀପୁର : ସ୍ବଧୀନତାର ଅନେକ ବର୍ଷପରେ ମଧ୍ୟ ଗ୍ରାମାଞ୍ଚଳରେ ମୌଳିକ ସୁବିଧା ଅପହଞ୍ଚ ହୋଇଛି। ଗାଡି ଚଳାଚଳ ପାଇଁ ସାଧାରଣ ରାସ୍ତାଟିଏ ହୋଇ ପାରିନାହିଁ। ପକ୍କା ସଡକ ନ ଥିବାରୁ ଶନିବାର ଏକ ଜରୁରୀ କାଳୀନ ସେବାରୁ ବଞ୍ଚିତ ହୋଇଛନ୍ତି ଜଣେ ଗର୍ଭବତୀ ମହିଳା। ଫଳରେ ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୁହାହୋଇ ଆମ୍ବୁଲାନସ ନିକଟକୁ ଅଣାଯାଇଛି। ଏହିପରି ଏକ ଅଭାବନିୟ ଘଟଣାଟ ଘଟିଛି ରାୟଗଡା ଜିଲା କାଶୀପୁର ବ୍ଲକ ବଡମାରିଭଟା ଗ୍ରାମର ଜଗନ୍ନାଥପୁର ସାହିରେ। ମହିଳା ଜଣଙ୍କ ହେଲେ ବଳଭଦ୍ର ଝୋଡିଆଙ୍କ ସ୍ତ୍ରୀ ମଜ୍ଜୁଂବତି ଝୋଡିଆ।

ମଜ୍ଜୁଂବତି ଶନିବାର ପ୍ରସବ କାଳିନ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଏନେଇ ପରିବାର ଲୋକେ ପିଡିତାଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ର ନେବା ପାଇଁ ୧୦୮ ଆମ୍ବୁଲାନସ ଗାଡିକୁ ଯୋଗାଯାଗ କରିଥିଲେ। ଏଥିମଧ୍ୟରେ ଗର୍ଭବତୀ ମହିଳାଙ୍କର ପ୍ରବଳ ପ୍ରସବ ବେଦନା ହେବା ସହ ସଂପୂର୍ଣ୍ଣ ପ୍ରସବ ହୋଇ ନ ପାରି ଅଧାରେ ଛୁଆ ଅଟକି ରହିଯାଇଥିଲା। ତେବେ ଆମ୍ବୁଲାନ୍ସ ଠିକ ସମୟରେ ପହଞ୍ଚି ଥିଲେ ମଧ୍ୟ ଗାଁ ମୁଖ୍ୟ ରାସ୍ତାରୁ ଜଗନ୍ନାଥ ସାହିକୁ ଯିବାକୁ ନିତିଦିନିଆ ରାସ୍ତା ନ ଥିବାରୁ ପ୍ରାୟ ଅଧା କିଲୋମିଟର ପୂର୍ବରୁ ଗାଡି ଅଟକିଯାଇଥିଲା। ଏଭଳି ସ୍ଥିତିରେ ଗ୍ରାମବାସୀ ଉପାୟ ଶୂନ୍ୟ ହୋଇ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ନେଇଯାଇଥିଲେ। କାଶୀପୁର ଦୁର୍ଗମ ଅଞ୍ଚ କାଶୀପୁର ବ୍ଲକରେ ଏଭଳି ଅନେକ ଦୁର୍ଗମ ଗ୍ରାମକୁ ନିତିଦିନିଆ ରାସ୍ତା ନ ଥିବାରୁ ଗ୍ରାମାଞ୍ଚଳରେ ଅନେକ ସରକାରୀ ସେବା ଓ ସୁବିଧା ଠାରୁ ବଞ୍ଚିତ ହେଉଛନ୍ତି। ସରକାର ଗ୍ରାମାଞ୍ଚଳରେ ବିକାଶର ଡିମିଣ୍ଡି ପିଟୁଥିବା ବେଳ ବାସ୍ତବତାର ଚିତ୍ର ବର୍ତ୍ତମାନ ଠିକ ଉଲଟା ଦେଖାଯାଉଛି। ହେଲେ ସରକାରଙ୍କର ବିକାଶ ଯୋଜନା ଠାରୁ କାଶୀପୁର ଅଞ୍ଚଳ ବଞ୍ଚିତ ନୁହେଁ। କିନ୍ତୁ ଆବଶ୍ୟକ ସ୍ଥାନରେ ଯୋଜନା କାର୍ଯ୍ୟକାରୀ ହେଇପାରୁ ନାହିଁ। ଫଳରେ ଦୁର୍ଗମ ଅଞ୍ଚଳର ରାସ୍ତା ଘାଟର ସ୍ଥିତି ପୂର୍ବରୁ ଯାହା ବର୍ତ୍ତମାନ ମଧ୍ୟ ସେହିପରି ରହିଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଆକର୍ଷଣ ନିମନ୍ତେ ସାଧାରଣରେ ଦାବି ହେଉଛି ।

 

Comments are closed.