ବୃଦ୍ଧଙ୍କ ନିକଟରୁ ଲୁଟେରାମାନେ ଝାମ୍ପି ନେଲେ ଟଙ୍କା ବ୍ୟାଗ

କାଶୀପୁର : ରାୟଗଡା ଜିଲା କାଶୀପୁରରେ ଜଣେ ବୃଦ୍ଧଙ୍କଠୁ ବୁଧାବର ଲୁଟେରାମାନେ ଟଙ୍କା ବ୍ୟାଗ ଝାମ୍ପି ଫେରାର ହୋଇଯାଇଛିନ୍ତି।

 

ସୂଚନା ଅନୁଯାୟୀ, ରାୟଗଡା ଜିଲା କାଶୀପୁର ଥାନା ଅନ୍ତର୍ଗତ କଳାଗାଁ ଗ୍ରାମର ଫଗୁ ନାଏକ କାଶୀପୁର ଷ୍ଟେଟ ବ୍ୟାଙ୍କରୁ ୪୫ ହଜାର ଟଙ୍କା ଉଠାଇ ଫେରୁଥିବା ସମୟରେ ପୁରୁଣା ତହସିଲ କାର୍ଯ୍ୟାଳୟ ନିକଟରେ ଦୁଇ ଜଣ ଲୁଟେରା ବାଇକରେ ଆସି ବୃଦ୍ଧଙ୍କ ଉପରେ କୌଣସି ମଇଳା ଆବର୍ଜନା ପକାଇଥିଲେ। ଏହାପରେ ଜଣେ ତାଙ୍କ ପଛରେ କୌଣସି ଆବର୍ଜନା ଲାଗିଥିବା ପ୍ରକାସ କରିଥିଲେ। ଏହାପରେ ବୃଦ୍ଧା ଜଣଙ୍କ କାର୍ଯ୍ୟାଳୟ ନିକଟରେ ଥିବା ନଳକୂପରେ ସଫା କରୁଥିବା ସମୟରେ ଲୁଟେରା ମାନେ ଟଙ୍କା ବ୍ୟାଗ ଝାମ୍ପି ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ। ଏନେଇ ବୃଦ୍ଧ ଜଣଙ୍କ ପାଟି କରିବାରେ ସେହି ନିକଟର ଥିବା କିଛି ଲୋକେ ସେହି ବାଇକକୁ ପଛରେ ଗୋଡାଇଥିଲେ ମଧ୍ୟ ସେହି ବାଇକର ପତା ପାଇ ନ ଥିଲେ। ତେବେ ଦିନ ବେଳେ ଗହଳି ପୂର୍ଣ୍ଣ ସ୍ଥାନରୁ ଲୁଟେରା ମାନେ ଟଙ୍କା ବ୍ୟାଗ ଲୁଟି ନେଇଥିବାରୁ ଅଞ୍ଚଳବାସୀ ଭୟବୀତ ହୋଇପଡିଛନ୍ତି। ଏନେଇ ବୃଦ୍ଧ ଜଣଙ୍କ କାଶୀପୁର ଥାନାରେ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ କାଶୀପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଲାଇଛି।

 

 

Comments are closed.