ଘରପୋଡି ; ଲକ୍ଷ୍ୟାଧିକ ଟଙ୍କାର ସମ୍ପତି ନଷ୍ଟ

0

କାଶୀପୁର : ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଗୁରୁବାର ସିମାଦ୍ରୀ ଗୈଡଙ୍କ ଘରେ ନିଆ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି। ମିଳିଥିବା ସୂଚନା ଅନୁଯାଇ ଘରର ସମସ୍ତ ଲୋକେ ମନ୍ଦିରକୁ ଯାଇଥିବା ସମୟରେ କୈଣସି କାରଣରୁ ଘରେ ନିଆ ଲାଗିଯାଇଥିଲା ପରେ ତା ନିକଟରେ ଥିବା ଏକ ଘରକୁ ମଧ୍ୟ ନିଆ ବ୍ୟାପିଯାଇଥିଲା। ପ୍ରଥମେ ସ୍ଥାନୀୟ ଲୋକ ନିଆକୁ ଦେଖି ପରିବାର ଲୋକଙ୍କୁ ଜଣାଇବା ସହ ପାଣାଢାଳି ନିଆକୁ ଆୟତ କରିବାକୁ ଚେଷ୍ଠା କରିଥିଲେ ମଧ୍ୟ ନିଆକୁ ଆୟତ କରିପାରିନଥିଲେ। ଏନେଇ ଅଗ୍ନିଶମ ବାହୀନିକୁ ଜଣାଇବାପରେ ଅଗ୍ନିଶମ ବାହିନି ପହଞ୍ଚି ପ୍ରାୟ ଦିର୍ଘ ୧ଘଣ୍ଟା ପରେ ନିଆକୁ ଆୟତ କରିଥିଲେ। ଖବର ପାଇ କାଶୀପୁର ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ ପଲଥିନ ପ୍ରଦାନ କରିଥିଲେ। ତେବେ ବର୍ତ୍ତମାନ ସୁଧା କ୍ଷୟକ୍ଷତିର ଆକଳନ କରାଯାଇନାହିଁ।

Leave A Reply