ଜାଣନ୍ତୁ କରୱାଚୌଥରେ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ

ଆଜି ହେଉଛି କରୱାଚୌଥ। ଏହି ଦିନ ସଧବା ମହିଳାମାନେ ସ୍ୱାମୀଙ୍କ ଦୀର୍ଘାୟୁ ଓ ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ନିର୍ଜଳା ବ୍ରତ ପାଳନ କରିଥାଆନ୍ତି। ରାତିରେ ଚାନ୍ଦ ଦେଖିବା ପରେ ନିଜ ସ୍ୱାମୀଙ୍କ ହସ୍ତରୁ ଜଳ ପିଇ ବ୍ରତ ପୂରଣ କରିଥାଆନ୍ତି। ସଧବା ମହିଳାମାନେ ସ୍ୱାମୀଙ୍କ ଦୀର୍ଘାୟୁ ଓ କୁମାରୀ କନ୍ୟାମାନେ ଉତ୍ତମ ଜୀବନ ସାଥି ପାଇଁ ଏହି ବ୍ରତ ପାଳନ କରନ୍ତି। ତେବେ ଏହି ଦିନ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ ସେ ବିଷୟରେ ଜାଣନ୍ତୁ ….
ବିଳମ୍ବ ଯାଏଁ ଶୁଅନ୍ତୁ ନାହିଁ –
ଏହି ଦିନ ଅଧିକ ବିଳମ୍ବ ଯାଏଁ ଶୁଅନ୍ତୁ ନାହିଁ। ସୂର୍ଯ୍ୟୋଦୟ ପୂର୍ବରୁ ଉଠି ପ୍ରାତଃ ସମୟରେ ସ୍ନାନ କରି ବ୍ରତ ପାଳନ କରନ୍ତୁ।
କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ –
ଏହି ଦିନ କଳା ରଙ୍ଗର ପୋଷାକ ଆଦୌ ପିନ୍ଧନ୍ତୁ ନାହିଁ। ପୂଜା-ପାଠରେ ସାଧାରଣତଃ ଲାଲ ରଙ୍ଗ ପୋଷାକ ପିନ୍ଧିବା ଶୁଭ ବୋଲି କୁହାଯାଏ। ଏହି ରଙ୍ଗ ମଧ୍ୟ ଭଲ ପାଇବାର ପ୍ରତୀକ ତେଣୁ କରୱାଚୌଥରେ ଲାଲ ରଙ୍ଗର ପୋଷାକ ପିନ୍ଧନ୍ତୁ।
ସମୟ ନଷ୍ଟ କରନ୍ତୁ ନାହିଁ –
ଏହି ଦିନ ଅଧିକ ସମୟ ଭଜନକୀର୍ତ୍ତନ କରନ୍ତୁ। ଅଯଥା କାର୍ଯ୍ୟରେ ସମୟ ନଷ୍ଟ କରନ୍ତୁ ନାହିଁ।
ଶୟନ କରୁଥିବା ଲୋକଙ୍କୁ ଉଠାନ୍ତୁ ନାହିଁ –
ଧାର୍ମିକ ଶାସ୍ତ୍ର ଅନୁଯାୟୀ, ଏହି ଦିନ ନିଦରେ ଶୋଇଥିବା ବ୍ୟକ୍ତିଙ୍କୁ ଉଠାନ୍ତୁ ନାହିଁ। ଏପରି କରିବା ଅଶୁଭ ହୋଇଥାଏ।
କଳହ କରନ୍ତୁ ନାହିଁ –
କରୱାଚୌଥ ଦିନ ମହିଳାମାନେ କାହାର ଅପମାନ କରିବା ଉଚିତ ନୁହେଁ। କାହା ସହ କଳହ ମଧ୍ୟ କରନ୍ତୁ ନାହିଁ।
ସ୍ୱାମୀଙ୍କ ସହ କଳହ କରନ୍ତୁ ନାହିଁ –
ଶାସ୍ତ୍ର ଅନୁଯାୟୀ ଏହି ଦିନ ମହିଳାମାନେ ସ୍ୱାମୀଙ୍କ ସହ କଳହ କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ବ୍ରତର ସଠିକ ଫଳ ମିଳିପାରି ନଥାଏ।
ନିଜ ଶୃଙ୍ଗାର ଦ୍ରବ୍ୟ କାହାକୁ ଦିଅନ୍ତୁ ନାହିଁ –
ଏହି ଦିନ ମହିଳାମାନେ ନିଜ ଶୃଙ୍ଗାର ଦ୍ରବ୍ୟ ଅନ୍ୟ କାହାସହ ଭାଗବାଣ୍ଟ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଅଶୁଭ ହେବା ସହ ବ୍ରତର ସଠିକ ଫଳ ମିଳିନଥାଏ।
ଦିନରେ ଶୁଅନ୍ତୁ ନାହିଁ –
କରୱାଚୌଥରେ ଦିନରେ ଶୁଅନ୍ତୁ ନାହିଁ । ଏହି ଦିନ ଦିନରେ ଶେଇବା ଉଚିତ ନୁହେଁ। ଶାସ୍ତ୍ର ଅନୁଯାୟୀ ଦିନ ସମୟରେ ଭଜନ କରିବା ଉଚିତ।
ଧବଳ ଦ୍ରବ୍ୟ ଦାନ କରନ୍ତୁ ନାହିଁ –
କରୱାଚୌଥ ଦିନ ଧବଳ ଦ୍ରବ୍ୟ ଦାନ କରନ୍ତୁ ନାହିଁ । ଯେପରି ଧଳା ପୋଷାକ, କ୍ଷୀର, ଚାଉଳ, ଦହି, ଧଳା ମିଠାର ଦାନ କରନ୍ତୁ ନାହିଁ।
ସିଲେଇ କାର୍ଯ୍ୟ କରନ୍ତୁ ନାହିଁ –
ଏହି ଦିନ କୌଣସି ପ୍ରକାର ସିଲେଇ କାର୍ଯ୍ୟ ମଧ୍ୟ କରିବା ଉଚିତ ନୁହେଁ।

Comments are closed.