କାର୍ତ୍ତିକ ମାସର ଗର୍ଭଣା ସଂକ୍ରାନ୍ତିର ମହତ୍ତ୍ୱ 

କାର୍ତ୍ତିକ ମାସ ଆରମ୍ଭ ହୋଇ ସାରିଲାଣି। ଏହି ମାସକୁ ଧାର୍ମିକ ଓ ପବିତ୍ର ମାସ ବୋଲି କୁହାଯାଏ। ଆଜି ହେଉଛି କାର୍ତ୍ତିକ ମାସର ସଂକ୍ରାନ୍ତି। ଏହାକୁ ଗର୍ଭଣା ସଂକ୍ରାନ୍ତି (ତୁଳା ସଂକ୍ରାନ୍ତି) ବୋଲି କୁହାଯାଏ। ଏହି ସଂକ୍ରାନ୍ତିର ଖୁବ ମହତ୍ତ୍ୱ ରହିଛି। ଓଡ଼ିଆ ଘରର କେତେକ ପର୍ବ କୃଷି ସହ ମଧ୍ୟ ସମ୍ବନ୍ଧୀତ। ଏହି ସଂକ୍ରାନ୍ତି ବେଳକୁ ଧାନ ଗଛର ଗର୍ଭରେ ଧାନ କେଣ୍ଡା ବାହାରେ। ତେଣୁ ଏହି ଦିନରେ କୃଷକ ସ୍ନାନ ସାରି ଗର୍ଭଣା ନାମକ ଏକ ଗଛର ଡ଼ାଳକୁ ବିଧି ପୂର୍ବକ ପୂଜାର୍ଚ୍ଚନା କରି କ୍ଷେତରେ ପୋତିଲେ ଭଲ ଫସଲ ହୋଇଥାଏ ବୋଲି ମାନ୍ୟତା ରହିଛି। ଏହାସହ ଖିରୀ ଓ ପିଠା ପ୍ରସ୍ତୁତ କରି ମଧ୍ୟ କ୍ଷେତରେ ପୂଜା କରନ୍ତି। ଗର୍ଭଣା ଗଛକୁ କେତେକ ସ୍ଥାନରେ ଅଙ୍କରାନ୍ତି ଗଛ ମଧ୍ୟ କୁହାଯାଏ। ଚାଷୀମାନେ ଏହି ଦିନଟିକୁ ନିଷ୍ଠାର ସହିତ ପାଳନ କରନ୍ତି।

Comments are closed.