ଓଡିଶାର ବିଭିନ୍ନ ସ୍ଥାନରେ ଡଙ୍ଗା ଭସାଣ

0

କଟକ : ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏଥିପାଇଁ ବିଭିନ୍ନ ଜଳାଶୟ ମାନଙ୍କରେ ବଡି ଭୋରରୁ ଶ୍ରଦ୍ଧାଳୁମା​‌ନେ ଡଙ୍ଗା ଭସାଉଥିବାର ଦେଖିବାକୁ ମିଳିଛି। ଲୋକମାନେ ଭୋରୁ ଉଠି ସ୍ନାନ ସାରି ଜଳାଶୟକୁ ଯାଇ ଡଙ୍ଗା ଭସାଉଛନ୍ତି। ଆ କା ମା ବୈ, ପାନ ଗୁଆ ଥୋଇ, ପାନଗୁଆ ତୋର, ମାସକ ଯାକ ଧର୍ମ ମୋର ଏପରି କହି ଡଙ୍ଗା ଭସାଉଛନ୍ତି। ଓଡିଶାର ପୂର୍ବ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଏହି ଡଙ୍ଗା ଭସାଣ କରୁଛନ୍ତି।

ଶ୍ରଦ୍ଧାଳୁମା​‌ନେ ନାନା ରକମର ଡଙ୍ଗା, କଦଳୀ ପାଟ୍ଟୁକା, କାଗଜ ଡଙ୍ଗା ଭସାଇଛନ୍ତି। ଅନେକ ଲୋକ ବଜାରରୁ ବିଭିନ୍ନ ଡିଜାଇନର ଡଙ୍ଗା କିଣିବା ସହ ହାତ ତିଆରି ଡଙ୍ଗା ମଧ୍ୟ ଭସାଉଥିବାର ଦେଖିବାକୁ ମିଳିଛି। ଅରୁଆ ଚାଉଳ, ଧୂପଦୀପ, ଫୁଲ, ଭୋଗ ରଖି ପୂଜା କରିବା ପରେ ଡଙ୍ଗା ଭସାଇଥାନ୍ତି।

Leave A Reply