କାର୍ତ୍ତିକ ମାସର ଶେଷ ସୋମବାର, ଶୈବ ପୀଠରେ ଭକ୍ତଙ୍କ ଭିଡ଼

ଭୁବନେଶ୍ୱର : ଆଜି ହେଉଛି କାର୍ତ୍ତିକ ମାସର ଶେଷ ସୋମବାର। ସକାଳ ସମୟରୁ ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଭକ୍ତମାନେ ପ୍ରଭୁ ମହାଦେବଙ୍କୁ ବେଲପତ୍ର, କଞ୍ଚା କ୍ଷୀର, କଦଳୀ, ବିଭିନ୍ନ ପ୍ରକାରର ଫୁଲ, ଭୋଗ ଲାଗି କରୁଛନ୍ତି। ଏହାସହ ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ୱର, ଲିଙ୍ଗରାଜ, ପୁରୀ ଲୋକନାଥ, ଭଦ୍ରକର ଆରଡ଼ି, ଢେଙ୍କନାଳର କପିଳାସରେ ଆଦି ସ୍ଥାନରେ ଭକ୍ତଙ୍କ ସମାଗମ ହେଉଥିବାରୁ , ଶୃଙ୍ଖଳତି ଦର୍ଶନ ଓ ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି।

Comments are closed.