ପବିତ୍ର କାର୍ତ୍ତିକ ବ୍ରତ ଆରମ୍ଭ

0

ପୁରୀ : ସୋମବାର ଠାରୁ ପବିତ୍ର କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି। ଏଥିପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ପଞ୍ଚୁକ ପାଞ୍ଚ ଦିନରେ ଶ୍ରୀଜିଉ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଇଥାଆନ୍ତି। ଏହି ସମୟରେ ଶୃଙ୍ଖଳିତ ନୀତିକାନ୍ତି ଉପରେ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱ ଦେଇଛନ୍ତି।
ସୂଚନା ଅନୁଯାୟୀ, ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଭିଡ଼ ନିୟନ୍ତ୍ରଣ ପାଇଁ କାଠ ବ୍ୟାରିକେଡ଼୍‍ ସହ ଲୁହା ବ୍ୟାରିକେଡ଼୍‍ କରାଯାଇଛି। ପ୍ରଥମ ୩ ଦିନ ପାଇଁ ୧୫ ପ୍ଲାଟୁନ ପୁଲିସ ମୃତୟନ କରାଯାଇଛି।

Leave A Reply