କାର୍ତ୍ତି ଚିଦାମ୍ବରମଙ୍କ ସମ୍ପତ୍ତି ବାଜ୍ୟାପ୍ତ

0

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତିଙ୍କ ୫୪କୋଟିର ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇଛି। ବ୍ୟାଜାପ୍ତ ସମ୍ପତ୍ତି ତାଲିକାରେ କିଛି ଭାରତରେ ରହିଥିବାବେଳେ କିଛି ବିଦେଶ(ଇଂଲଣ୍ଡ ଓ ସ୍ପେନ୍‍)ରେ ମଧ୍ୟ ରହିଛି। କାର୍ତ୍ତିଙ୍କ ନୂଆଦିଲ୍ଲୀ ସ୍ଥିତ ଜୋରବାଗ୍‍, ଉଟି, କୋଡାଇକେନାଲର ବହୁତଳ ପ୍ରସାଦ ବାଜ୍ୟାପ୍ତ ସମ୍ପତ୍ତି ମଧ୍ୟରେ ରହିଛି। କାର୍ତ୍ତିଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟାକୁ ପ୍ରାକ୍ତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ଅଦ୍ଭୁତ ଓ ଉଦ୍ଭଟ ନୀତି ବୋଲି ମନ୍ତବ୍ୟ ଦେଇଛନ୍ତି। କାର୍ତ୍ତିଙ୍କ ସମ୍ପତ୍ତିକୁ ତରବରିଆ ଭାବେ ବାଜ୍ୟାପ୍ତ କରାଯାଇଛି ବୋଲି ପ୍ରତିକ୍ରିୟା ପ୍ରକାଶ କରି ଚିଦାମ୍ବରମ୍‍ ଟ୍ୱିଟ୍‍ କରିଛନ୍ତି। ଖୁବ୍‍ ଶୀଘ୍ର ଏଭଳି ପ୍ରକ୍ରିୟା ବିରୋଧରେ କୋର୍ଟର ଦ୍ୱାରସ୍ଥ ହେବେ ଚିଦାମ୍ବରମ ପରିବାର।

Leave A Reply