ବିଦେଶ ଗସ୍ତ ପାଇଁ କାର୍ତ୍ତିଙ୍କୁ ଅନୁମତି ଦେଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ସୁପ୍ରିମ କୋର୍ଟରୁ ଆଶ୍ୱସ୍ତି ମିଳିଛି। ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଜଡିତ କାର୍ତ୍ତି ଚିଦାମ୍ବରମ ବିଦେଶ ଯିବାପାଇଁ ଆବେଦନ କରିଥିଲେ। କାର୍ତ୍ତିଙ୍କ ବିଦେଶ ଗସ୍ତ ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି ।
ଏୟାରସେଲ-ମେକ୍ସିସ ବେଆଇନ ଟଙ୍କା କାରବାର ମାମଲାରେ କାର୍ତ୍ତି ଚିଦାମ୍ବରମଙ୍କୁ ସିବିଆଇ ଗିରଫ କରି ଜେଲ ପଠାଇଥିଲେ। ଦିଲ୍ଲୀ ଉଚ୍ଚ ନାୟାଳୟରୁ ଜାମିନ ମିଳିବା ପରେ କାର୍ତ୍ତି ଜେଲରୁ ମୁକୁଳି ଥିଲେ। ଏହାପରେ ସିବିଆଇ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାବ୍ୟତୀତ କାର୍ତ୍ତିଙ୍କ ବିଦେଶ ଗମନରେ କଟକଣା ଲାଗିଥିଲା। ବାଣିଜ୍ୟ କାରବାର, ଟେବୁଲ ଟେନିସର ବୈଠକ ଆଦି କାର୍ଯ୍ୟକ୍ରମ ରହିଥିବାରୁ ସେ ସୁପ୍ରିମ କୋର୍ଟରେ ବିଦେଶ ଯିବା ପାଇଁ ଆବେଦନ କରିଥିଲେ। ସୋମବାରରେ ସୁପ୍ରିମ କୋର୍ଟ କାର୍ତ୍ତିଙ୍କ ଆବେଦନକୁ ଗ୍ରହଣ କରିବା ସହ ଜୁଲାଇ ୨୩ ରୁ ୩୧ ତାରିଖ ପର୍ଯ୍ୟନ୍ତ ସେ ଆମେରିକା, ଇଂଲଣ୍ଡ ଓ ଫ୍ରାନ୍ସ ଯିବାପାଇଁ ଅନୁମତି ଦେଇଛନ୍ତି।
ସୂଚନା ଯୋଗ୍ୟ ଯେ, ୨୦୧୭ ମେ ୯ ତାରିଖରେ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ତ୍ତିଙ୍କ ବିରୁଦ୍ଧରେ ବେଆଇନ ଅର୍ଥ କାରବାର ମାମଲାରେ ଏତଲା ଦାୟର କରିଥିଲେ।

Leave A Reply