‘ଦୋସ୍ତାନା-୨’ରେ ନଜର ଆସିବେ ଜାହ୍ନବୀ-କାର୍ତ୍ତିକ

ମୁମ୍ବଇ : କରଣ ଜୋହରଙ୍କ ଆଗାମୀ ଚଳଚ୍ଚିତ୍ର ଦୋସ୍ତାନାର ଦ୍ବିତୀୟ ଭାଗ ‘ଦୋସ୍ତାନା-୨’ରେ ଜାହ୍ନବୀ ଓ କାର୍ତ୍ତିକ ଆର୍ୟ୍ୟନ ଏକାଠି ଅଭିନୟ କରିବେ। ୨୦୦୮ରେ ମୁକ୍ତିଲାଭ କରିଥିଲା ‘ଦୋସ୍ତାନା’। ଯେଉଁଥିରେ ଜନ ଆବ୍ରାହମ, ଅଭିଷେକ ବଚ୍ଚନ, ପ୍ରିୟଙ୍କା ଚୋପ୍ରା ଓ ବବି ଦେଓଲ ମୂଖ୍ୟ ଭୂମିକାରେ ଅଭିନୟ କରିଥିଲେ। ମାତ୍ର’ଦୋସ୍ତାନା-୨’ରେ ଏ ଦୁହିଁଙ୍କୁ ଦେଖିବାକୁ ମିଳିବ ନାହିଁ। ତରୁଣ ମନସୁଖାନୀଙ୍କ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ର ନିର୍ମାଣ ହେବ।

ସ୍ବର୍ଗୀୟା ଅଭିନେତ୍ରୀ ଶ୍ରୀଦେବୀ ଓ ପ୍ରଯୋଜକ ବୋନି କପୁରଙ୍କ ସୁନ୍ଦରୀ ଗେହ୍ଲୀ ଝିଅ ଜାହ୍ନବୀଙ୍କ ପ୍ରଥମ ଚଳଚ୍ଚିତ୍ର ‘ଧଡ଼କ’ରୁ ସେ ବଲିଉଡ଼ରେ ସୁପରିଚିତ ହୋଇଥିଲେ। ଏଥିରେ ଦୁଇ ନବାଗତ ଈଶାନ୍-ଜାହ୍ନବୀ ଦର୍ଶକମାନଙ୍କୁ ବେଶ୍ ପସନ୍ଦ ଆସିଥିଲା। ସେହିପରି କାର୍ତ୍ତିକ ‘ପ୍ୟାର କା ପଞ୍ଚନାମା’ରୁ ବଲିଉଡରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

Comments are closed.