ଶେଷ ସମୟରେ ବନ୍ଦ ହେଲା କରତାରପୁର କରିଡର ପାଇଁ ଅନଲାଇନ ପଞ୍ଜୀକରଣ

ନୂଆଦିଲ୍ଲୀ: ପଞ୍ଜାବର ଦରବାର ସାହିବ ଗୁରୁଦ୍ବାର ଓ ପାକିସ୍ତାନର କରତାରପୁର ସାହିବକୁ ସଂଯୋଗ କରୁଥିବା କରତାରପୁର କରିଡର ମଧ୍ୟ ଦେଇ ଭାରତୀୟ ତୀର୍ଥଯାତ୍ରୀଙ୍କ ଯାତ୍ରା ଲାଗି ରବିବାର ଠାରୁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହେବାକୁ ଘୋଷଣା କରାଯାଇଥିଲା। ତେବେ ଏହି ପଞ୍ଜୀକରଣକୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଭାରତ ଓ ପାକିସ୍ତାନ ମିଳିତ ଭାବେ ଏହି କରିଡର ନିର୍ମାଣ କରୁଛନ୍ତି। ଶିଖ ଧର୍ମ ପ୍ରତିଷ୍ଠାନା ଗୁରୁ ନାନକ ଦେବଙ୍କ ୫୫୦ ତମ ଜୟନ୍ତୀରେ ଏହି କରିଡର କାର୍ଯ୍ୟକ୍ଷମ ହେବ। ନଭେମ୍ବର ୮ରେ କରିଡରର ଭାରତ ପାର୍ଶ୍ବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ନଭେମ୍ବର ୯ରେ ପାକିସ୍ତାନ ଏହା ପାର୍ଶ୍ବକୁ ଉଦ୍‌ଘାଟନ କରିବା ଲାଗି ଘୋଷଣା କରିଛି। କରିଡର ମଧ୍ୟ ଦେଇ ଯିବା ଲାଗି ଭାରତୀୟ ତୀର୍ଥଯାତ୍ରୀଙ୍କ ପିଛା ୨୦ଡଲାର ଦେବାକୁ ପାକିସ୍ତାନ ପ୍ରସ୍ତାବ ଦେଇଥିବାବେଳେ ଭାରତ ଏହାର ବିରୋଧ କରିଛି। ଭାରତୀୟ ଅଧିକାରିଙ୍କ କହିବା ଅନୁସାରେ ପାକିସ୍ତାନ ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କ ଠାରୁ ୨୦ ଡଲାର ଅର୍ଥାତ ୧୪୦୦ ଟଙ୍କା ଆଦାୟ କରିବାକୁ ଚାହୁଁଛି । ଭାରତ ପକ୍ଷରୁ ଆଶା କରାଯାଉଥିଲା ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କରତାରପୁର କରିଡରକୁ ନେଇ ଥିବା ସବୁ ପ୍ରସଙ୍ଗ ଉପରେ ସହମତି ସ୍ଥାପନ କରିବ ପାକିସ୍ତାନ , କିନ୍ତୁ ଏହା ହୋଇ ପାରି ନଥିଲା । ମାମଲା ଉପରେ ଅଧିକ ସୂଚନା ରଖୁଥିବା ଜଣେ ଅଧିକାରୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଅନେକ ମାମଲାରେ ସହମତି ସ୍ଥାପନ ହୋଇ ପାରିନାହିଁ, ଏହି କାରଣରୁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହୋଇ ପାରି ନଥିଲା ଏବଂ ରବିବାର କରତାରପୁର କରିଡରର ଅନଲାଇନ ପଞ୍ଜୀକରଣ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି

Comments are closed.