କରୋନା ଭୂତାଣୁକୁ ନେଇ ଭୟ

ଚୀନ୍‌ ଦେଶରୁ ଆରମ୍ଭ ହୋଇଥିବା କରୋନା ଭୂତାଣୁକୁ ନେଇ ପୂରା ବିଶ୍ବରେ ଏବେ ଲୋକେ ଭୟଭୀତ। ବର୍ତ୍ତମାନର ଇଣ୍ଟରନେଟ୍ କିନ୍ତୁ ପ୍ରତି ମୁହୂର୍ତ୍ତରେ ଲୋକଙ୍କୁ ସବିଶେଷ ତଥ୍ୟ ଦେବାରେ ଆଦୌ ଅବହେଳା କରୁନାହିଁ। ଦିଲ୍ଲୀ ସ୍ଥିତ ୬୯ ବର୍ଷୀୟ ଶ୍ୟାମ ଅଗ୍ରୱାଲ୍‌ଙ୍କ ମତରେ ତାଙ୍କ ପିଲାମାନେ ବିଦେଶରେ ରହୁଛନ୍ତି। ଏଣୁ ସବୁଠୁ ପ୍ରଥମେ ସେ ପିଲାଙ୍କ ସୁରକ୍ଷା ସମ୍ପର୍କରେ ଭାବିଲେ। ଇଣ୍ଟରନେଟ ଖୋଜି କେଉଁ ଦେଶରେ ବ୍ୟାପିଛି, କେତେ ଲୋକ ଆକ୍ରାନ୍ତ ଓ ଅନ୍ୟ କେଉଁ ଦେଶକୁ ଏହି ଭୂତାଣୁ ବ୍ୟାପିପାରେ, ସମସ୍ତ ତଥ୍ୟ କିଛି ମିନିଟ୍‌ରେ ପାଇଗଲେ।

-ଅନ୍ୟପାଖେ ଗୁଗୁଲ୍‌ ସାଇଟ୍‌ ଦେଇଥିବା ତଥ୍ୟ ଅନୁସାରେ, ଗତ ୧ ସପ୍ତାହ ମଧ୍ୟରେ ପ୍ରତି ମିନିଟ୍‌ରେ ୨ ଲକ୍ଷ ଲୋକ କରୋନା ଭୂତାଣୁ ସମ୍ପର୍କିତ ତଥ୍ୟ ଜାଣିବାକୁ ଚାହଁଥିଲେ।
– ଚୀନ୍‌ ସରକାରୀ ସୂତ୍ରରୁ ପ୍ରକାଶ ଯେ, ଲୋକେ ସଚେତନ ହେବା ପରିବର୍ତ୍ତେ ଅଧିକ ଭୟଭୀତ ହେଉଛନ୍ତି। ସମସ୍ତ ପ୍ରକାର ପଦକ୍ଷେପ ଇତିମଧ୍ୟରେ ସେଠାରେ ନିଆଯାଇଥିବାର ଜଣାପଡ଼ିଛି।

Comments are closed.