ବିବାହ ପାଇଁ ଧର୍ମାନ୍ତରୀକରଣ ଆଇନ ଆଣିବ କର୍ଣ୍ଣାଟକ

ବେଙ୍ଗାଲୁରୁ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ‘ଲଭ୍‌ ଜିହାଦ’ ରୋକିବାକୁ ସ୍ବତନ୍ତ୍ର ଆଇନ ଆଣିବେ ବୋଲି ଘୋଷଣା କରିଥିବାବେଳେ କର୍ଣ୍ଣାଟକ ସରକାର ଶୀଘ୍ର ବିବାହ ପାଇଁ ଧର୍ମାନ୍ତରୀକରଣ ବିରୋଧରେ ଆଣିବାକୁ ଯାଉଥିବା ସୂଚନା ମିଳିଛି। କର୍ଣ୍ଣାଟକ ସଂସ୍କୃତି ମନ୍ତ୍ରୀ ତଥା ବିଜେପି ଜାତୀୟ ସାଧାରଣ ସମ୍ପାଦକ ସି.ଟି ରବି କହିଛନ୍ତି ଯେ ବିବାହ ଆଳରେ ଧର୍ମ ପରିବର୍ତ୍ତନକୁ ବେଆଇନ ଘୋଷଣା ପାଇଁ ରାଜ୍ୟ ସରକାର ଶୀଘ୍ର ଆଇନ ଆଣିବାକୁ ଯାଉଛନ୍ତି।

ଆଲ୍ଲାହାବାଦ ହାଇକୋର୍ଟ ଗତ ସପ୍ତାହରେ ବିବାହ ପାଇଁ ଧର୍ମ ପରିବର୍ତ୍ତନ ଅପରିହାର୍ଯ୍ୟ ନୁହେଁ ବୋଲି ରାୟ ଦେଇଥିବା ପରିପ୍ରେକ୍ଷୀରେ କର୍ଣ୍ଣାଟକ ଏଭଳି ଆଇନ ଆଣିବାକୁ ଯାଉଥିବା ସେ କହିଛନ୍ତିି। ରାଜ୍ୟରେ ମହିଳାଙ୍କ ବିରୋଧରେ ଧର୍ମଯୁଦ୍ଧ (ଜିହାଦି)କୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ହରିୟାଣା ଓ ମଧ୍ୟପ୍ରଦେଶ ସରକାର ମଧ୍ୟ ଲଭ୍‌ ଜିହାଦ ବିରୋଧରେ ଆଇନ ପ୍ରଣୟନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

Comments are closed.