ଯାତ୍ରୀବାହୀ ବସ୍‍-ଟ୍ରେଲର ଧକ୍କା ; ଚାଲିଗଲା ସାତ ଜୀବନ

ହୁବଲୀ : କର୍ଣ୍ଣାଟକର ହୁବଲୀ ଅଞ୍ଚଳରେ ମଙ୍ଗଳବାର ଏକ ଯାତ୍ରୀବାହୀ ବସ ଓ ଟ୍ରଲର ମଧ୍ୟରେ ଧକ୍କା ହୋଇ ସାତ ଜଣଙ୍କ ଜୀବନ ଚାଲି ଯାଇଛି। ଏହାସହ ୨୬ ଜଣ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।
ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, କୋହ୍ନାପୁରରେ ଯାତ୍ରୀବାହୀ ବସଟି ବେଙ୍ଗାଲୁରୁ ଅଭିମୁଖେ ଯାଉଥିଲା। ବିଳମ୍ବିତ ରାତି ପ୍ରାୟ ୧୨ଟା୩୦ରୁ ୧ଟା ମଧ୍ୟରେ ଧାରବାଡ ଅଭିମୁଖେ ଯାଉଥିବା ଟ୍ରେଲର ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ବସ ଚାଳକର ଭୁଲ୍‍ କାରଣରୁ ଘଟିଛି ବୋଲି କୁହାଯାଉଛି। ବସ ଚାଳକ ଓଭରଟେକ୍‍ କରିବାକୁ ଚେଷ୍ଟା କରିବା ସମୟରେ ଦୁର୍ଘଟଣା ଘଟିଛି। ଏହାସହ ଦୁଇ ଜଣ ଚାଳକଙ୍କ ମୃତ୍ୟୁ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି।

Comments are closed.