ଜେଡିଏସର ବରିଷ୍ଠ ନେତା ଅମରନାଥ ଶେଟ୍ଟୀଙ୍କ ପରଲୋକ

ମଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ଜେଡିଏସର ବରିଷ୍ଠ ନେତା ଅମରନାଥ ଶେଟ୍ଟୀଙ୍କ ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ୮୦ ବର୍ଷ ବୟସ ହୋଇଥିଲା। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। କିଛି ଦିନ ପୂର୍ବରୁ ତାଙ୍କୁ ମଙ୍ଗାଲୁରୁର ଏଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ଆଜି ସକାଳେ ତାଙ୍କର ବିୟୋଗ ହୋଇଛି। ସେ ଜଣେ ସଚ୍ଚୋଟ ଏବଂ ସଭ୍ୟ ରାଜନୀତିଜ୍ଞ ପରିଚିତ ଥିଲେ।

ସେ ରାଜନୀତି ସହ ତୃଣମୂଳ ସ୍ତରରୁ ଯୋଡି ହୋଇଥିଲେ। ୧୯୬୫ରେ କରକରା ତାଲୁକର ପଲାଡକା ଗ୍ରାମ ପଞ୍ଚାୟତର ସଭାପତି ଭାବେ ଚୟନ ହୋଇଥିଲେ। ଏହା ପରେ ସେ ମୁଦାବିଦରି ଟିଏମସିର ଅଧ୍ୟକ୍ଷ ହୋଇଥିଲେ। ମୁଦାବିରା ବିଧାନସଭାରୁ ସେ ତିନି ବିଧାୟକ ହୋଇଥିଲେ। ଏହା ସହ ଜେଡିଏସ ଶାସନ କାଳ ସମୟରେ ସେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଥିଲେ।

Comments are closed.