କରୋନା ପରୀକ୍ଷା – କର୍ଣ୍ଣାଟକରେ ଘରୋଇ  ଲ୍ୟାବରେ ପରୀକ୍ଷା ମୂଲ୍ୟ ଅଢେଇ ହଜାର 

ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାର ଘରୋଇ ଲାବୋରେଟୋରୀରେ କୋଭିଡ-୧୯ ପରୀକ୍ଷା ମୂଲ୍ୟ ଅଢେଇ ହଜାର ତାଙ୍କ ସ୍ଥିର କରିଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜଏଦ ଅଖତର ଦ୍ୱରା ଜାରି ନିର୍ଦ୍ଦେଶରେ କୁହାଯାଇଛି ଯେ ଘରୋଇ ପରୀକ୍ଷାଗାରଗୁଡିକ ସହ ବୁଝାମଣା ପରେ ପ୍ରତି ପରୀକ୍ଷା ମୂଲ୍ୟ ୨ ହଜାର ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏଥିରେ ସ୍କ୍ରିନିଂ ଟେଷ୍ଟ ଏବଂ ଏକ ନିଶ୍ଚିତ ପରୀକ୍ଷା ମଧ୍ୟ ରହିଛି।

ରାଜ୍ୟରେ କୋଭିଡ-୧୯ ନମୁନା ପରୀକ୍ଷା ପାଇଁ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଦ୍ୱାରା ମୋଟ ୧୬ଟି ଲାବୋରେଟୋରୀକୁ  (୧୧ ଟି ସରକାରୀ ଏବଂ ୫ଟି ବେସରକାରୀ) ଅନୁମୋଦନ ଦେଇଛି। କରୋନା ସଂକ୍ରମଣର ଶୀଘ୍ର ଚିହ୍ନଟ ଏବଂ ଠିକ୍ ସମୟରେ ଚିକିତ୍ସା ଆବଶ୍ୟକତା ହୃଦୟଙ୍ଗମ କରି, କୋଭିଡ-୧୯ ନମୁନା ପରୀକ୍ଷା କରିବା ପାଇଁ ଅଧିକ ଘରୋଇ ଲାବୋରେଟୋରୀକୁ ଅନୁମତି ଦେବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, କର୍ଣ୍ଣାଟକରେ ୩୫୩ ଜଣ କରୋନା ସଂକ୍ରମିତ ହୋଇଛନ୍ତି ଯେଉଁଥିରେ ୮୩ ଜଣ ଆରୋଗ୍ୟ ହୋଇ ଡିସଚାର୍ଜ ହୋଇଛନ୍ତି ଏବଂ ୧୩ ଜଣଙ୍କ ପ୍ରାଣହାନୀ ଘଟିଛି।

Comments are closed.