କର୍ଣ୍ଣାଟକ ନିର୍ବାଚନ ରାମ ମନ୍ଦିର ଓ ବାବ୍ରି ମସଜିଦ ମଧ୍ୟରେ : ବିଜେପି ବିଧାୟକ

0

ବେଙ୍ଗାଲୁରୁ : କର୍ଣ୍ଣାଟକ ନିର୍ବାଚନ ହେଉଛି ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ; ରାମ ମନ୍ଦିର ଓ ବାବ୍ରି ମସଜିଦ ମଧ୍ୟରେ। କଂଗ୍ରେସ କ୍ଷମତାକୁ ଆସିଲେ ବାବି୍ର ମସଜିଦ ନିର୍ମାଣ କରିବ; ବିଜେପି ଆସିଲେ ରାମ ମନ୍ଦିର କରିବ। ଏହି ନିର୍ବାଚନରେ ରାସ୍ତାଘାଟ, ପାଣି କିମ୍ବା ଅନ୍ୟ କୌଣସି ପ୍ରସଙ୍ଗ ନାହିଁ। ଆସନ୍ତା ମାସ ୧୨ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ବେଲାଗାଭି ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ସଞ୍ଜୟ ପାଟିଲ। ତାଙ୍କର ଏଭଳି ଭାଷଣ ସମ୍ପର୍କିତ ଭିଡିଓ ଏବେ ରାଜ୍ୟ ସାରା ଖେଳି ବୁଲୁଛି; ଯାହାକୁ ନେଇ ଜୋରଦାର ବିବାଦ ଛିଡ଼ା ହୋଇଛି। ଏହା ପୂର୍ବରୁ ବାଇରିଆର ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ମଧ୍ୟ ସମାନ ଧରଣର ମନ୍ତବ୍ୟ ଦେଇଥିଲେ। ୨୦୧୯ ସାଧାରଣ ନିର୍ବାଚନ ଦୁଇ ‘ମାନସିକତା- ହିନ୍ଦୁ ଓ ମୁସଲମାନ’ ଏବଂ ‘ଇସଲାମ ବନାମ ଭଗବାନ’ ମଧ୍ୟରେ ହେବ ବୋଲି କହିଥିଲେ।

Leave A Reply