ମନ୍ଦିରର ଧନ ସମ୍ପତ୍ତି ଓ ଦାନ ବାକ୍ସଲୁଟ କରିବା ପରେ ମନ୍ଦିରର ୩ ପୂଜକଙ୍କୁ ବୀଭତ୍ସ ଭାବେ ହତ୍ୟା କଲେ ଦୁର୍ବୃତ୍ତ

ବେଙ୍ଗାଲୁରୁ : କର୍ଣ୍ଣାଟକର ମାଣ୍ଡ୍ୟା ଜିଲାରେ ଦୁର୍ବୃତ୍ତମାନେ ତିନି ପୂଜକଙ୍କୁ ବୀଭତ୍ସ ଭାବେ ହତ୍ୟା କରି ପ୍ରସିଦ୍ଧ ଅର୍କେଶ୍ବର ମନ୍ଦିରରେ କଳାକନା ବୁଲାଇ ଦେଇଛନ୍ତି। ଗୁରୁବାର ରାତିରେ ମନ୍ଦିର ପରିସରରେ ତିନି ପୂଜକ ଗଣେଶ, ପ୍ରକାଶ ଓ ଆନନ୍ଦ ଶୋଇଥିବାବେଳେ ଏହି ହତ୍ୟାକାଣ୍ଡ ଘଟିଛି। ଡକାୟତମାନେ ପୂଜକଙ୍କୁ ପଥର ଓ ଇଟାରେ ଛେଚି ହତ୍ୟା କରିବା ପରେ ଦାନ ବାକ୍ସ ସହିତ ଅନ୍ୟ ଧନ ସମ୍ପତ୍ତି ଲୁଟ୍‌ କରି ପଳାଇଛନ୍ତି। ଡକାୟତି ପାଇଁ ଏହା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୁଲିସ ଆଇଜିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଘଟଣାର ତଦନ୍ତ ଚଳାଇଛନ୍ତି। ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରପ୍ପା ମୃତ ପୂଜକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

Comments are closed.