କର୍ଣ୍ଣାଟକ ବିଧାନସଭାର ସିଧାପ୍ରସାରଣ ଉପରେ ଲାଗିଲା ରୋକ୍‍

କର୍ଣ୍ଣାଟକ: କିଛି ଦିନ ପରେ ପୁଣି ଚର୍ଚ୍ଚାରେ କର୍ଣ୍ଣାଟକ ବିଧାନସଭା। କର୍ଣ୍ଣାଟକରେ କିଛି ଦିନ ତଳେ ଚାଲିଥିବା ରାଜନୈତିକ ଡ୍ରାମାର ପରିସମାପ୍ତି ପରେ ସରକାର ବଦଳି ଯାଇଥିଲା। ବର୍ତ୍ତମାନ ପୁଣି ଏକ ନୂତନ ଚର୍ଚ୍ଚା କର୍ଣ୍ଣାଟକରେ ଦେଖାଦେଇଛି। ଏଣିକି କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟଧାରାର ସିଧାପ୍ରସାରଣ କରି ପାରିବେନି ଗଣମାଧ୍ୟମ। ଗଣମାଧ୍ୟମର ସିଧା ପ୍ରସାରଣ ଉପରେ ରୋକ ଲଗାଇଛନ୍ତି କର୍ଣ୍ଣାଟକର ବାଚସ୍ପତି ବିଶେଶ୍ୱର ହେଗେଡେ। କର୍ଣ୍ଣାଟକର ବିଧାନସଭା ମଧ୍ୟରେ ଥିବା ମିଡିଆ ଗ୍ୟାଲେରିକୁ ଗଣମାଧ୍ୟମର କ୍ୟାମେରାମ୍ୟାନଙ୍କ ପ୍ରବେଶ ଉପରେ ସମ୍ପୁର୍ଣ୍ଣ କଟକଣା ଲାଗୁକରାଯାଇଛି। ବାଚସ୍ପତିଙ୍କ ସୂଚନା ମୁତାବକ ଗଣମାଧ୍ୟମ ପ୍ରତିନିଧୀମାନଙ୍କୁ ବିଧାନସଭାର ଭିଡିଓ ପରବତ୍ତୀ ସମୟରେ ପ୍ରଦାନ କରାଯିବ। ବିଗତ ଦିନ ମାନଙ୍କରେ ବେଶ ଚର୍ଚ୍ଚାରେ ରହି ଆସୁଥିବା କର୍ଣ୍ଣାଟକ ବିଧାନସଭାରେ ହଠାତ ଗଣମାଧ୍ୟମକୁୁ ସିଧାପ୍ରସାରଣ ଉପରେ ରୋକ ଲଗାଇବା ନିଷ୍ପତି କଣପାଇଁ ନିଆଯାଇଛି ତାହା ଜଣା ପଡିନାହିଁ।

Comments are closed.