ଜୁନ୍‌ ୬ ତାରିଖରେ କର୍ଣ୍ଣାଟକର ସମସ୍ତ ମନ୍ଦିରରେ ରାଜ୍ୟ ସରକାର କରିବେ ବରୁଣ ପୂଜାର ଆୟୋଜନ

ବେଙ୍ଗାଲୁର . – କର୍ଣ୍ଣାଟକରେ ଏବେ ମରୁଡି ପରିସ୍ଥିତି ଦେଖାଦେଇଛି । ଏବେ କୌଣସି ଜଳାଶୟରେ ଆବଶ୍ୟକୀୟ ମାତ୍ରାରେ ପାଣି ନାହିଁ । ଜମିରେ ଜଳସେଚନର ସୁବିଧା ହୋଇ ପାରୁ ନାହିଁ । ଏହି ଜଳସଙ୍କଟ ସମସ୍ୟାରୁ ମୁକ୍ତି ପାଇବା ପାଇଁ କର୍ଣ୍ଣାଟକର କଂଗ୍ରେସ ଓ ଜେଡିଏସ୍‌ ସରକାର ରାଜ୍ୟରେ ଥିବା ସମସ୍ତ ମନ୍ଦିରରେ ବରୁଣ ପୂଜା ଆୟୋଜନ କରୁଛନ୍ତି । ବର୍ଷା ହେବା ପାଇଁ ସରକାର ଏହି ପୂଜାର ଆୟୋଜନ କରୁଛନ୍ତି ।

କର୍ଣ୍ଣାଟକରେ ବହୁ ସଂଖ୍ୟାରେ ମନ୍ଦିର ରହିଛି । ମନ୍ଦିରମାନଙ୍କର ରକ୍ଷଣ ବେକ୍ଷଣ ପାଇଁ ସରକାର ଅଲଗା ଏକ ଦେବୋତ୍ତର ବିଭାଗ କରିଛନ୍ତି । ଏହାକୁ ସ୍ଥାନୀୟ ଭାଷାରେ ମୁଜରଇ ବିଭାଗ କୁହାଯାଉଛି । ଏହାର ଅଲଗା ମନ୍ତ୍ରାଳୟ ରହିଛି । ମଜୁରାଇ ବିଭାଗ ପୂଜା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ସମସ୍ତ ମନ୍ଦିରକୁ ୧୦୦୦୧ ଟଙ୍କା ପ୍ରଦାନ କରାଯିବ । ରାଜ୍ୟରେ ବର୍ଷା ଓ ଭଲ ଫସଲ ପାଇଁ ଏହି ପୂଜା କରାଯାଉଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

Comments are closed.