କର୍ଣ୍ଣାଟକରେ ଭୀଷଣ ବର୍ଷା ; ୯ ମୃତ

କର୍ଣ୍ଣାଟକ : କର୍ଣ୍ଣାଟକରେ ଭୀଷଣ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ପାଇଁ ଏଯାଏଁ ପ୍ରାୟ ନଅ ଜଣଙ୍କର ମୃତ୍ୟୁ ଘଟିଛି। ହୁବଲୀ ସମେତ ଅନେକ ଜିଲା ଜଳମଗ୍ନ ଥିବାରୁ ଲୋକଙ୍କ ସମସ୍ୟା ବୃଦ୍ଧି ପାଇଛି। ଉଦ୍ଧାରକାର୍ଯ୍ୟ ପାଇଁ ଏନଡିଆରଏଫର ୪ଟି ଦଳକୁ ଘଟଣା ସ୍ଥଳକୁ ପଠାଯାଇଛି। ସୁରକ୍ଷା ଦୃଷ୍ଟିରୁ ସ୍କୁଲ, କଲେଜକୁ ଆଦିକୁ ବନ୍ଦ ରଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଜଳମଗ୍ନ ସ୍ଥାନକୁ ପରିଦର୍ଶନ କରିଛନ୍ତି।
ଏହି ବର୍ଷା କାରଣରୁ ୨୦୪ ହେକ୍ଟର ଚାଷ ଜମି ଓ ୪୩୧ ହେକ୍ଟର ଉଦ୍ୟାନ କୃଷି ଫସଲର କ୍ଷୟକ୍ଷତି ହୋଇଛି। ୨୩ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ଚିକମଗଲୁର,ଦକ୍ଷିଣ କନ୍ନଡ,ଉଡୁପି,କୋଡାଗୁ,ଶିବମୋଗା,ଦାବଣଗେରେ, ହସନ ଓ ଉତ୍ତର କନ୍ନଡ ଜିଲାରେ ରେଡ୍‍ ଆଲର୍ଟ ଜାରି କରାଯାଇଛି ବୋଲି ସୂଚନା ମିଳିଛି।

Comments are closed.