କର୍ଣ୍ଣାଟକ ଉପ ନିର୍ବାଚନ: ବିଜେପିକୁ ଝଟ୍‍କା

0

ବେଙ୍ଗାଲୁରୁ: କର୍ଣ୍ଣାଟକ ଉପନିର୍ବାଚନର ଭୋଟଗଣତି ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟ ଫଳାଫଳ ଆଧାରରେ ବିଜେପିକୁ ଝଟ୍‍କା ଲାଗିଛି। ଗୋଟିଏ ଲୋକସଭା ଓ ଗୋଟିଏ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଆଗୁଆ ଥିବା ବେଳେ ଗୋଟିଏ ଲୋକସଭା ଓ ଗୋଟିଏ ବିଧାନସଭା ଆସନରେ ଜେଡିଏସ୍‍ ପ୍ରାର୍ଥୀ ଆଗୁଆ ଅଛନ୍ତି। ଗୋଟିଏ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଆଗୁଆ ଅଛନ୍ତି।
କର୍ଣ୍ଣାଟକର ତିନିଟି ଲୋକସଭା ଆସନ ଓ ଦୁଇଟି ବିଧାନସଭା ଆସନ ପାଇଁ ଗତ ୩ ତାରିଖରେ ଭୋଟଦାନ ହୋଇଥିଲା। ମଙ୍ଗଳବାର ସକାଳ ୮ଟା ବେଳେ ଭୋଟଗଣତି ଆରମ୍ଭ ହୋଇଛି।
ପ୍ରାଥମିକ ପର୍ଯ୍ୟାୟ ଭୋଟ ଗଣତିରୁ ମିଳିଥିବା ଫଳାଫଳ ଅନୁଯାୟୀ, ବିଜେପିର ଦୁର୍ଗ କୁହାଯାଉଥିବା ବଲାରି ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଭି ଏସ୍‍ ଉଗ୍ରାପ୍ପା ଆଗୁଆ ଅଛନ୍ତି। ସେହିପରି ମାଣ୍ଡ୍ୟା ଲୋକସଭା ଆସନରେ ଜେଡିଏସ୍‍ ପ୍ରାର୍ଥୀ ଶିବରାମେଗୌଡ଼ା ଆଗୁଆ ଅଛନ୍ତି। ଶିବାମୋଗା ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ରାଘବେନ୍ଦ୍ର ଆଗୁଆ ଅଛନ୍ତି। ସେହିପରି ରାମନଗର ବିଧାନସଭା ଆସନରେ ଜେଡିଏସ୍‍ ପ୍ରାର୍ଥୀ ଅନୀତା କୁମାରସ୍ୱାମୀ ଆଗୁଆ ଥିବା ବେଳେ ଜାମଖଣ୍ଡି ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଏ ଏସ୍‍ ନ୍ୟାମାଗୌଡ଼ ଆଗୁଆ ଅଛନ୍ତି।

Leave A Reply