ସ୍କୁଲ ବସକୁ ଧକ୍କା ଦେଲା ଟ୍ରକ, ୨ ଛାତ୍ର ମୃତ

0

 

କରନାଳ: ହରିୟାଣା କରନାଳ ଜିଲା ଇନ୍ଦ୍ରି ସହରରେ ଏକ ମର୍ମନ୍ତଦ ସଡକ ଦୁର୍ଘଟଣା ଘଟିଛି । ଇନ୍ଦ୍ରି-କରନାଲ ରାସ୍ତାରେଏକ ସ୍କୁଲ ବସକୁ ଟ୍ରକ୍ ଧକ୍କା ଦେଇଛି । ଫଳରେ ବସଟି ଓଲଟି ପଡିବାରୁ ଘଟଣାସ୍ଥଳରେ ଦୁଇ ଜଣ ଛାତ୍ର ପ୍ରାଣ ହରାଇଥିବା ବେଳେଚାରି ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକତ୍ସା ପାଇଁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାରେ ବସ ଚାଳକଙ୍କ ଅବସ୍ଥା ସଙ୍କଟାପନ୍ନା ରହିଛି । ତାଙ୍କର ଗୋଟିଏ ଗୋଡ କଟିଯାଇ ଥିବାରୁଗୁରୁତର ଅବସ୍ଥାରେ ଚଣ୍ଡିଗଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀଏହି ବସରେ ୨୦ ଜଣ ଛାତ୍ର ଥିଲେ । ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତଲୋକ ଦୁଇଟି ଟ୍ରକ୍ ଜାଳି ଦେଇଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ଉପସ୍ଥିତ ରହିଛି। ଏପର୍ଯ୍ୟନ୍ତ ମୃତ ଛାତ୍ରଙ୍କ ପରିଚୟ ମିଳିନାହିଁ ।

Comments
Loading...