କରୀନା କପୁର, ଅମ୍ରିତା ଅରୋରା ସଂକ୍ରମିତ

ମୁମ୍ବଇ : ବଲିଉଡ ଅଭିନେତ୍ରୀ କରୀନା କପୁର ଓ ତାଙ୍କ ସାଥୀ ଅମ୍ରିତା ଆରୋରା କରୋନା ସଂକ୍ରମିତ ହୋଇଛନ୍ତି । ଉଭୟ ଏବେ ସଙ୍ଗରୋଧରେ ରହିଛନ୍ତି । ନିକଟରେ ଏହି ଦୁଇ ବନ୍ଧୁ କରୋନା କଟକଣାକୁ ଉଲ୍ଲଙ୍ଘନ ପୂର୍ବକ ବିଭିନ୍ନ ଉତ୍ସବରେ ଯୋଗ ଦେବାକୁ ନେଇ ଚର୍ଚ୍ଚାରେ ରହିଥିଲେ । କରୀନା ଓ ଅମ୍ରିତା କରୋନା ସଂକ୍ରମିତ ହେବା ସମ୍ପର୍କରେ ବୃହତ୍‌ମୁମ୍ବଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି) ପକ୍ଷରୁ ସୋମବାର ସ୍ପଷ୍ଟ କରାଯାଇଛି । ଏହି ଦୁଇଜଣଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ଆରଟି-ପିସିଆର ପରୀକ୍ଷା କରାଇନେବା ଲାଗି ବିଏମସି ନିବେଦନ କରିଛି । କରୀନା ଓ ଅମ୍ରିତା ନିକଟରେ ଅନିଲ କପୁରଙ୍କ ଝିଅ ରେହା କପୁରଙ୍କ ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ଯୋଗ ଦେଇଥିଲେ । ଏହି ଘରୋଇ ଉତ୍ସବରେ ଯୋଗ ଦେବା ସମୟରେ ସେମାନେ କରୋନା ସଂକ୍ରମିତ ହୋଇଥିବା କରୀନାଙ୍କ ମୁଖପାତ୍ର କହିଛନ୍ତି । ଉତ୍ସବରେ ଜଣେ ଅତିଥି ଅସୁସ୍ଥ ଥିବା ଦେଖାଯାଇଥିଲା କାରଣ ସେ ବାରମ୍ବାର କାଶୁଥିଲେ।

Comments are closed.