ଆନ୍ଧ୍ରପ୍ରଦେଶରେ ଆସନ୍ତା ୩୧ ଯାଏଁ କର୍ଫ୍ୟୁ ଘୋଷଣା

ନୂଆଦିଲ୍ଲୀ : ସାରା ଦେଶରେ କରୋନାର ୨ୟ ତରଙ୍ଗ ନିଜର କାୟା ବିସ୍ତାର କରି ଚାଲିଛି। ଦୀର୍ଘ ୨୬ ଦିନ ପରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ତଳକୁ ଖସିଛି। ଏହାମଧ୍ୟରେ ହରିୟାଣା, ଦିଲ୍ଲୀ, ଛତିଶିଗଡ ସମେତ ବିଭିନ୍ନ ଅଞ୍ଚଳରେ ତାଲାବନ୍ଦ ବୃଦ୍ଧି କରାଯାଇଛି। ଏହାସହ ଓଡ଼ିଶା ରାଜ୍ୟରୁ ମଧ୍ୟ ବାହାର ରାଜ୍ୟକୁ ଅମ୍ଳଜାନ ପଠାଯାଉଛି। କରୋନା ସଂକ୍ରମଣ ବୃଦ୍ଧି ତଥା ଏହାକୁ ରୋକିବାକୁ ଆନ୍ଧପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡି ୩୧ ମେ ଯାଏଁ କର୍ଫ୍ୟୁ ଘୋଷଣା କରିଛନ୍ତି। ଅତ୍ୟାବଶ୍ୟକ ସେବା ଛଡା ଅନ୍ୟ କୌଣସି ସେବାକୁ ଏହାମଧ୍ୟରେ ଅନୁମତି ମିଳିବ ନାହିଁ।

Comments are closed.