କଲରା ଚଡ଼ଚଡ଼ି

0

ଆବଶ୍ୟକ ସାମଗ୍ରୀ
କଲରା – ୨୫୦ ଗ୍ରାମ
କଟା ଆଳୁ – ୨ଟି
ଶୁଖିଲା ଲଙ୍କା – ୨ଟି
ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଫୁଟଣ – ଅଳ୍ପ
ଲଙ୍କା ,ସୋରିଷ,ରସୁଣ ବଟା – ଆବଶ୍ୟକ ପରିମାଣରେ
ସୋରିଷ ତେଲ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କଲରା ଓ ଆଳୁକୁ ଛୋଟ ଛୋଟ କରି କାଟି ଧୋଇ ରଖନ୍ତୁ। ଏବେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଶୁଖିଲା ଲଙ୍କା, ଫୁଟଣ, ହଳଦୀ ଗୁଣ୍ଡ,କଲରା, ଆଳୁ, ଲୁଣ ପକାଇ ଭଲ ଭାବେ ଭାଜନ୍ତୁ। ଭଲ ଭାବେ ଭାଜି ହେବା ପରେ ଏଥିରେ ସୋରିଷ ବଟା ଦିଅନ୍ତୁ ଓ ଅଳ୍ପ ପାଣି ଦେଇ ୧୫ରୁ ୨୦ମିନିଟ ଫୁଟାନ୍ତୁ। ଏହା ପରେ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କଲରା ଚଡ଼ଚଡ଼ି।

Leave A Reply