‘ଡାନ୍ସ ଇଣ୍ଡିଆ ଡାନ୍ସ ସିଜନ୍‍-୭’ରେ ବିଚାରପତି ସାଜିବେ କରୀନା ; ସାମ୍ନାକୁ ଆସିଲା ପ୍ରଥମ ପ୍ରମୋ ଭିଡିଓ

ମୁମ୍ବଇ : ବଲିଉଡ଼ ଅଭିନେତ୍ରୀ କରୀନା କପୁର ଖାନ ଖୁବଶୀଘ୍ର ଛୋଟ ପରଦାରେ ନଜର ଆସିବାକୁ ଯାଉଛନ୍ତି। ଜି-ଟିଭିର ଲୋକପ୍ରିୟ ଡାନ୍ସ ରିୟାଲିଟି ଶୋ ‘ଡାନ୍ସ ଇଣ୍ଡିଆ ଡାନ୍ସ ସିଜନ୍‍-୭’ରେ କରୀନାଙ୍କୁ ବିଚାରପତି ଭାବେ ଦେଖିବାକୁ ମିଳିବ। ସୂଚନା ଅନୁସାରେ, କରୀନାଙ୍କ ସହ ନୃତ୍ୟ ପ୍ରଶିକ୍ଷକ ବସ୍କୋ ମାର୍ଟିସ ଓ ର‍୍ୟାପର୍‍ ରଫ୍‍ତାର୍‍ ମଧ୍ୟ ଏହି ଶୋ’ରେ ବିଚାରପତି ଭାବେ ନଜର ଆସିବେ।

ଜି-ଟିଭି ପକ୍ଷରୁ ନିଜ ଅଫିସିଆଲ୍‍ ସୋସିଆଲ ମିଡିଆ ପେଜରେ ଏହି ଶୋ’ର ଏକ ପ୍ରମୋ ଭିଡିଓ ଶେୟାର କରାଯାଇଛି। ଏହି ପ୍ରମୋରେ କରୀନାଙ୍କୁ ୟୁସୁଫ୍‍ ଅଲ୍‍-ଜାସ୍ମୀଙ୍କ ଡିଜାଇନର୍‍ ପୋଷାକରେ ଦେଖିବାକୁ ମିଳିଛି। ପ୍ରମୋରେ କରୀନା ଗୀତ ଗାଇବା ସହ ନୃତ୍ୟ ମଧ୍ୟ କରିଛନ୍ତି। ବସ୍କୋ ମାର୍ଟିସ ଓ ରଫ୍‍ତାର୍‍ ମଧ୍ୟ କରୀନାଙ୍କ ସହ ଡାନ୍ସ କରୁଥିବା ଦେଖିବାକୁ ମିଳିଛି।

Comments are closed.