କ୍ବାରେଣ୍ଟାଇନ୍ ସମୟରେ ଅଭିନେତ୍ରୀଙ୍କ ସଉକ୍

ସୁନ୍ଦରୀ କରୀନା କପୁର ଖାନ୍ ଏଇ କିଛିଦିନ ତଳେ ଇନ୍‌ଷ୍ଟାଗ୍ରାମ୍‌ରେ ନୂଆ କରି ନିଜ ଆକାଉଣ୍ଟ ଖୋଲିଛନ୍ତି। ସୋସିଆଲ ମିଡିଆରେ ଯୋଗ ଦେବା ପରେ ସେ ମଧ୍ୟ ଅନ୍ୟ କଳାକାରଙ୍କ ସହ ତାଳ ଦେଇ ଚାଲିଛନ୍ତି। କ୍ବାରେଣ୍ଟାଇନ୍ ସମୟରେ ପୁଅ ତୈମୁର ଓ ସ୍ବାମୀ ସୈଫ୍‌ଙ୍କର ଫଟୋ ନିୟମିତ ସେ ଅପଲୋଡ କରୁଥିବାବେଳେ ଅନ୍ୟ ଏକ ଫଟୋ ପାଇଁ ସେ ଚର୍ଚ୍ଚା ପରିସରରେ ଅଛନ୍ତି। ବଡ଼ ଭଉଣୀ କରିସ୍ମା କପୁର, ଘନିଷ୍ଠ ବାନ୍ଧବୀ ମଲାଇକା ଅରୋରା, ଅମୃତା ଅରୋରା, ମଲ୍ଲିକା ଭଟ୍ଟଙ୍କ ସହ ନିଜେ କରୀନା କପୁର ଆରାମରେ ଶୋଇଥିବାର ଫଟୋ ଅପଲୋଡ ହୋଇଛି। ଏହି ଫଟୋକୁ ଅନ୍ୟ ବଲିଉଡ କଳାକାରମାନେ ମଧ୍ୟ ଶେୟାର୍ କରିଛନ୍ତି। କ୍ବାରେଣ୍ଟାଇନ୍ ସମୟରେ ବ୍ୟସ୍ତ, ବିବ୍ରତ କିମ୍ବା ଚିଡ଼ଚିଡ଼ା ନ ହୋଇ ବରଂ ଶାନ୍ତ ମନରେ ଘରର ବିଭିନ୍ନ କାମ କରିବା ଉଚିତ ବୋଲି କରୀନାଙ୍କ ମତ।

Comments are closed.