ପୁଣିଥରେ ମାଆ ହେଲେ କରୀନା

ମୁମ୍ବଇ: ଦ୍ୱିତୀୟ ଥର ପାଇଁ ମାଆ ହେଲେ ବଲିଉଡ଼ ଅଭିନେତ୍ରୀ କରୀନା କପୁର ଖାନ୍‍। ରବିବାର ମୁମ୍ବଇ ସ୍ଥିତ ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ସେ ପୁଣି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଘରର ନୂଆ ଅତିଥିକୁ ନେଇ ମାଆ କରୀନା ଓ ବାପା ସୈଫ୍‍ ଅଲୀ ଖାନ୍‍ ବେଶ୍‍ ଉତ୍ସାହିତ ଥିବା ଜଣାପଡ଼ିଛି। ଖବର ଜଣାପଡ଼ିବା ପରେ ଉଭୟଙ୍କୁ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ଅପର ପକ୍ଷରେ ତୈମୁର ମଧ୍ୟ ନିଜ ସାନ ଭାଇକୁ ସ୍ୱାଗତ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୨ରେ କରୀନା ଓ ସୈଫ୍‍ଙ୍କ ବିବାହ ହୋଇଥିଲା। ବିବାହର ୪ ବର୍ଷ ପରେ ୨୦୧୬ରେ କରୀନା ତୈମୁରଙ୍କୁ ଜନ୍ମ ଦେଇଥିଲେ। ପ୍ରାୟ ୪ ବର୍ଷରେ ପରେ ଏବେ ସେ ପୁଣିଥରେ ମାଆ ହୋଇଛନ୍ତି।

Comments are closed.