ତରବରରେ କାମ ସାରିଲେ କରୀନା

ପଟୌଦି ବେଗମ୍ କରୀନା କପୁର ଖାନ୍ ଏବେ ଦିଲ୍ଲୀରେ ନିଜ ଆଗାମୀ ଚଳଚ୍ଚିତ୍ର ‘ଲାଲ ସିଂ ଚଢ଼ା’ର ଶେଷ ପର୍ଯ୍ୟାୟ ସୁଟିଂ କରିଛନ୍ତି। ଗର୍ଭବତୀ କରୀନା ଏହି ଭାଗର ସୁଟିଂକୁ ଶୀଘ୍ର ଶେଷ କରିଥିବା ୟୁନିଟ୍ ତରଫରୁ କୁହାଯାଇଛି। ମହାମାରୀ ସମୟ ସହ ସେ ଗର୍ଭବତୀ ଥିବା କାରଣରୁ ପ୍ରଯୋଜକ ଓ ନିର୍ଦେଶକ କରୀନାଙ୍କ ସୁରକ୍ଷା କଥା ଭାବି ସୁଟିଂ ଆରମ୍ଭ କରିଥିଲେ। ସୈଫ୍‌ଙ୍କ ବେଗମ୍ କରୀନା ନିଜେ ଏହି କଥା ଇନଷ୍ଟାଗ୍ରାମ୍‌ରେ ଉଲ୍ଲେଖ କରିବା ସହ ସୁଟିଂ ସେଟ୍‌ର ମଜାରୁ ସେ ଆଗାମୀ କିଛି ମାସ ଦୂରେଇ ରହିବେ ବୋଲି କହିଛନ୍ତି। କରୀନାଙ୍କ ସହ ଏଥରକ ସୈଫ୍ ମଧ୍ୟ ଦିଲ୍ଲୀ ଆସିଛନ୍ତି। ପତ୍ନୀଙ୍କର ସୁଟିଂ ଶୀଘ୍ର ଓ ସୁରୁଖୁରୁରେ ଶେଷ ହେଲେ, ସେ କରୀନା ଓ ପୁଅ ତୈମୁର୍‌ଙ୍କୁ ମୁମ୍ବଇରେ ଛାଡ଼ି ନିଜ ସୁଟିଂ ପାଇଁ ଯାତ୍ରା କରିବେ ବୋଲି ଜଣାପଡ଼ିଛି। ସପରିବାର ଏବେ ପଟୌଦି ପ୍ୟାଲେସ୍‌ରେ ରହୁଥିବାବେଳେ କରୀନା ନିୟମିତ ଦିଲ୍ଲୀକୁ କାର୍‌ରେ ଆସି ସୁଟିଂରେ ଯୋଗ ଦେଉଥିବାର ପ୍ରକାଶ। ମହାମାରୀ ସମୟରେ ସେମାନେ କୌଣସି ହୋଟେଲରେ ରହିବାକୁ ଉଚିତ୍ ମଣିନଥିଲେ। ‘ଲାଲ ସିଂ ଚଢ଼ା’ରେ କରୀନାଙ୍କ ସହ ଶ୍ରୀମାନ୍ ପରଫେକ୍ସନିଷ୍ଟ ଅମୀର୍ ଖାନ୍ ମଧ୍ୟ ଅନ୍ୟତମ ମୁଖ୍ୟ ଭୂମିକାରେ ଦେଖାଦେବେ। ୨୦୨୧ ଡିସେମ୍ବର​‌େ​‌ର ଏହି ଚଳଚ୍ଚିତ୍ର ମୁକ୍ତିଲାଭ ହେବାର ଯୋଜନା ରହିଛି।

Comments are closed.