କରୀନାଙ୍କ ସ୍ପୃହା

0

ପଟୌଦି ବେଗମ୍ କରୀନା କପୁର ଖାନ୍ ନିଜ ନୂତନ ପ୍ରସାଧନ ସାମଗ୍ରୀର ବଜାର ପ୍ରବେଶ କରାଇବା ପରେ ଏବେ ପୁଣି ଅନ୍ୟ ଏକ କାମରେ ବ୍ୟସ୍ତ ଅଛନ୍ତି। କରନ୍‌ ଜୋହର୍‌ ନିର୍ଦେଶିତ ‘ତଖତ୍’ରେ କରୀନା ମୁଖ୍ୟ ଭୂମିକାରେ ଦେଖାଦେବେ। ଏଥିରେ ତାଙ୍କ ସହ-କଳାକାର ଭାବେ ରଣବୀର ସିଂ କାମ କରିବେ। ପ୍ରଥମଥର ଅନ୍-ସ୍କ୍ରିନ୍ ଯୋଡ଼ି ଭାବେ କରୀନା-ରଣବୀର କାମ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ସଞ୍ଜୟ ଲୀଳା ଭଁସାଲୀ ନିର୍ଦେଶିତ ‘ରାମଲୀଲା’ ନିମନ୍ତେ ରଣବୀର ଓ କରୀନାଙ୍କୁ ନିଆଯିବ ବୋଲି ଶୁଣାଯାଉଥିଲା। ତେବେ ସେହି ସମୟରେ କରୀନା ନବାବ୍ ସୈଫ୍ ଅଲୀ ଖାନ୍‌ଙ୍କୁ ବିବାହ କରିବାରୁ ସଞ୍ଜୟ ନିଜ ମନ ପରିବର୍ତ୍ତନ କରି ଦୀପିକା ପାଦୁକୋନ୍‌ଙ୍କୁ ଲୀଲା ଭାବେ ମନୋନୀତ କରିଥିଲେ। କାରଣ ଥିଲା ଯେ ସଞ୍ଜୟ ନିଜ ଚଳଚ୍ଚିତ୍ରରେ ବିବାହିତ କରୀନାଙ୍କୁ ନେବାକୁ ଚାହୁଁନଥିଲେ। ଏହା ପରେ ‘ବାଜିରାଓ ମସ୍ତାନି’ ଓ ‘ଦିଲ୍ ଧଡକନେ ଦୋ’ ପାଇଁ ମଧ୍ୟ ରଣବୀର- କରୀନା ଯୋଡ଼ିଙ୍କୁ ନିଆଯାଇଥିଲା। ପରେ କିନ୍ତୁ କରୀନାଙ୍କ ଚରିତ୍ରରେ ଅନ୍ୟମାନଙ୍କୁ ନିଆଗଲା। ଏଣୁ ରଣବୀର ସିଂଙ୍କ ସହ ପୂର୍ବରୁ ଅନେକ ଥର ତାଙ୍କୁ ସୁଯୋଗ ମିଳିଛି, ହେଲେ କୌଣସି କାରଣବଶତଃ ସେସବୁ ପରିବର୍ତ୍ତନ ହୋଇଥିଲା। ଏଣୁ କରୀନା ଆଶା ରଖିଛନ୍ତି ଯେ ଏଥରକ ଅନ୍ତତଃ ‘ତଖତ୍’ରେ ଦୁହେଁ କାମ କରନ୍ତୁ।

Leave A Reply