ନୂଆ କାମରେ କରୀନା

0

ପଟୌଦି ବେଗମ୍ ‘ବିରେ ଦି ୱେଡିଙ୍ଗ’ ପରି ଏକ ସୁପରହିଟ୍ ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟିବା ପରେ ଏକ ଭିନ୍ନ କାମରେ ପାଦ ଥାପିଛନ୍ତି। ମିଳିଥିବା ଖବର ଅନୁସାରେ କରୀନା ଖୁବ୍ ଶୀଘ୍ର ଏକ ନୂଆ ପୋଷାକ ବ୍ରାଣ୍ଡର ଆରମ୍ଭ କରିବାକୁ ଯାଉଛନ୍ତି। ଏହି କାମ ପାଇଁ ସେ ଭଉଣୀ କରିସ୍ମା ଓ ଘନିଷ୍ଠ ବାନ୍ଧବୀ ଅମୃତା ଅରୋରାଙ୍କ ସହ ଦୁବାଇ ଯାଇଥିଲେ। ଏକ ନାମୀ ଇ-କମର୍ସ କମ୍ପାନୀ ସହ ଚୁକ୍ତି କରି ମିଳିତ ଭାବେ କରୀନା ଏହି କାମ ଆରମ୍ଭ କରିପାରନ୍ତି। ଯଦିଓ ସେ ନିଜେ ଏହା ସ୍ପଷ୍ଟ କରିନାହାନ୍ତି, କିନ୍ତୁ ତାଙ୍କର ଜନୈକ ସହଯୋଗୀ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ନାମୀ ତଥା ନିଜ ପ୍ରିୟ ଡିଜାଇନର ମନୀଷ ମାଲହୋତ୍ରାଙ୍କ ଆଗାମୀ ଫେସନ୍ ଶୋ’ରେ କରୀନା ଶୋ’ ଷ୍ଟପର୍ ହେବେ। ଏହି ଶୋ’ରେ ହିଁ କରୀନା ନିଜର ବ୍ରାଣ୍ଡ ଉନ୍ମୋଚନ କରିବେ ବୋଲି ଶୁଣାଯାଉଛି। ନିଜ ବ୍ରାଣ୍ଡର ନାମ ସେ ‘କରୀନା କପୁର ଖାନ୍’ ରଖିଥିବାର ପ୍ରକାଶ। କରୀନାଙ୍କୁ ଏହି କାମ ପାଇଁ ସାନ ଭାଇ ରଣବୀର କପୁର ଜୋର୍‌ସୋର୍‌ରେ ସହଯୋଗ କରୁଛନ୍ତି। ସମସ୍ତ ବର୍ଗର ଯୁବତୀ ଓ ମହିଳାଙ୍କ ପାଇଁ ବିଭିନ୍ନ ଡିଜାଇନରେ ଶସ୍ତା ଠାରୁ ଦାମୀ ମୂଲ୍ୟରେ କରୀନାଙ୍କ ଏହି ବ୍ରାଣ୍ଡରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି।

Leave A Reply