ସ୍ତ୍ରୀ  କରବା ଚୌଥ କରିବାକୁ ମନା କରିବାରୁ ଆତ୍ମହତ୍ୟା କଲେ ଯୁବକ

0

ନୂଆଦିଲ୍ଲୀ .-  ସ୍ତ୍ରୀ  କରବା ଚୌଥ କରିବାକୁ ମନା କରିବାରୁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।  ଉତ୍ତର ପ୍ରଦେଶର ମଥୁରାରେ ଏହି ଘଟଣା ଘଟିଛି । ଶନିବାରରେ ଉତ୍ତର ପ୍ରଦେଶ ସହ ଦେଶ ଅନେକାଂଶରେ ସ୍ତ୍ରୀ ଲୋକମାନେ ସ୍ୱାମୀଙ୍କ ପାଇଁ କରବା ଚୌଥ କରିଥିଲେ ।

ମାତ୍ର ଦୀପ ଚାନ୍ଦ ନାମକ ଯୁବକଙ୍କର ସ୍ତ୍ରୀଙ୍କ ଦେହ ଖରାପ ଓ  ଖରାପ ସ୍ୱାସ୍ଥ୍ୟ କାରଣରୁ କରବା ଚୌଥ କରିବା ପାଇଁ ମନା କରିଥିଲେ । ଏଥିରେ ତାଙ୍କ ଶାଶୁ ବି ସମର୍ଥନ କରିଥିଲେ । ଦୀପଚନ୍ଦ ରାଗିଯାଇ ଏକ ଘରେ ପଶି ଦୁଆର ବନ୍ଦ କରିଦେଇଥିଲେ । ପରେ ଘର ଲୋକ ସେ ଫ୍ୟାନରେ ଝୁଲିଥିବା ଦେଖି ପଡୋଶୀମାନଙ୍କୁ ଡାକିଥିଲେ।  ପଡୋଶୀମାନେ ଆସି ଦୁଆର ଭାଙ୍ଗି ତାଙ୍କୁ ଉଦ୍ଧାର କରିବା ବେଳେକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ଅଭିଯୋଗ ପାଇବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Leave A Reply