କରାଟେ ପ୍ରତିଯୋଗିତା : ୮ କାଂସ୍ୟ ପଦକ ଜିତିଲେ କଣ୍ଟାବାଞ୍ଜି ପିଲା

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲାର “ଗୁରୁକୃପା ମାର୍ଶାଲ ଆର୍ଟସ ଏକାଡେମୀ, କଣ୍ଟାବାଞ୍ଜି” ଓ ଟିଟିଲାଗଡ ସହରର “ଟିଟିଲାଗଡ କରାଟେ ଆସୋସିଏସନ” ର ମୋଟ ୧୮ ଜଣ ଛାତ୍ରଛାତ୍ରୀ  ଝାଡଖଣ୍ଡରେ ଗତ ୨୨ ରୁ ୨୪ ଏପ୍ରିଲ ପର୍ଯ୍ୟନ୍ତ ଅନୁଷ୍ଠିତ “ପ୍ରଥମ ଇଣ୍ଡୋ-ନେପାଳ କରାଟେ ପ୍ରତିଯୋଗିତା ୨୦୨୨-୨୩ ” ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଏଥିରେ ୧୮ ଜଣଙ୍କ ମଧ୍ୟରୁ ୧୫ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ମୋଟ ୩୦ଟି ପଦକ ହାସଲ କରିଛନ୍ତି। ସେଥିମଧ୍ୟରୁ ୭ଟି ସ୍ବର୍ଣ୍ଣ ପଦକ, ୭ଟି ରୌପ୍ୟ ଓ ୧୬ ଟି କାଂସ୍ୟ ପଦକ ରହିଛି ।
ଏହି ପ୍ରତିଯୋଗିତାରେ ୨ଜଣ ପ୍ରଶିକ୍ଷକ ସଂସାଇ ଜିତୁ ପୃଷ୍ଟି ଓ ସଂସାଇ କେଦାର କବାଟଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ଓଡ଼ିଶା ପକ୍ଷରୁ କଣ୍ଟାବାଞ୍ଜି ସହରର ମୋଟ ୪ ଜଣ ତାଲିମ ପ୍ରାପ୍ତ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି ୪ ଜଣ ଛାତ୍ରଛାତ୍ରୀ ହେଲେ – ଇଶା ଛାପଡିଆ ୨ ଟି କାଂସ୍ୟ ପଦକ, ଇକାଂଶ ଷୋମଇୟା ୨ ଟି କାଂସ୍ୟ ପଦକ, ଆଇଶ୍ୱରୀ ଛାପଡିଆ ୨ ଟି କାଂସ୍ୟ ପଦକ, ଦେଭିକା ମେହେର ୨ଟି କାଂସ୍ୟ ପଦକ ହାସଲ କରି ଓଡ଼ିଶା ଓ କଣ୍ଟାବାଞ୍ଜି ସହର ପାଇଁ ଗୌରବ ଅର୍ଜନ କରିଛନ୍ତି ଅନ୍ୟପକ୍ଷରେ କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ଆୟୁବ ଖାଁ, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଯୁବ ସମାଜସେବୀ ଆଶିଷ ଖୈତାନ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Comments are closed.